Image Courtesy of The Times of India
ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ‘ଭାରତ ବାୟୋଟେକ୍’ର କୋଭିଡ୍-୧୯ ନିରୋଧୀ ଟିକା ‘କୋଭାକ୍ସିନ୍’କୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଔପଚାରିକ ମଞ୍ଜୁରି ମିଳି ନ ଥିବା ବେଳେ ଆଜି ତାହାର ଜଣେ ଅଧିକାରୀ କହିଛନ୍ତି କି, ବେଳେ ବେଳେ ଅନୁମୋଦନ ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥାଏ।
ଉକ୍ତ ଶୀର୍ଷସ୍ତରୀୟ ଅଧିକାରୀଜଣକ କହିଛନ୍ତି, ବ୍ୟବହାର ପାଇଁ ଗୋଟିଏ ଟିକାକୁ ଉତ୍ତମ ରୂପେ ମୂଲ୍ୟାୟନ କରିବା ପ୍ରକ୍ରିୟା ଏବଂ ତାହାକୁ ବ୍ୟବହାର କରିବା ପାଇଁ ଅନୁମୋଦନ ପ୍ରଦାନ କରିବା ବେଳେ ବେଳେ ସମୟ ସାପେକ୍ଷ ହୋଇଥାଏ। ବରଂ ଆଉ ସପ୍ତାହେ କି, ଦୁଇ ସପ୍ତାହ ଲାଗୁ, ଏହି ଟିକା ସମ୍ବନ୍ଧରେ ବିଶ୍ୱକୁ ସଠିକ ପରାମର୍ଶ ଦିଆଯାଉଛି ବୋଲି ସୁନିଶ୍ଚିତ ହେବାକୁ ପଡ଼ିବ।
Image Courtesy of The Hindu‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ‘ହେଲ୍ଥ ଏମର୍ଜେନ୍ସି ପ୍ରୋଗ୍ରାମ୍’ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ମାଇକ୍ ରିୟାନ୍ କହିଛନ୍ତି ଯେ, ‘ହୁ’ ପରାମର୍ଶ ପ୍ରକ୍ରିୟାଦ୍ୱାରା ‘ଏମର୍ଜେନ୍ସି ୟୁଜ୍ ଲିଷ୍ଟିଙ୍ଗ୍’ (ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ) ସମସ୍ତ ଟିକାକୁ ସବୁ ଦେଶ ବ୍ୟବହାର କରିପାରିବେ। ଏ କ୍ଷେତ୍ରରେ ‘ହୁ’ର ଅନୁମୋଦନ ସୁସ୍ପଷ୍ଟ। କିନ୍ତୁ, ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଭଳି ଅନୁମୋଦନ ଦେବା ବେଳେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଉକ୍ତ ଟିକାକୁ ସମଗ୍ର ବିଶ୍ୱରେ ବ୍ୟବହାର କରିହେବ ବୋଲି ଘୋଷଣା କରିଥାଏ।
‘କୋଭାକ୍ସିନ୍’କୁ ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ କରାଯିବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଅଧିକାରୀଜଣକ ଉପରୋକ୍ତ ଉତ୍ତର ଦେଇଛନ୍ତି।
Follow Us