କୋଭିଡ୍‌-୧୯ ସଂକ୍ରମଣ ବହୁଗୁଣ ହେବାରୁ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟ ସେବାକାରୀ ଓ ବରିଷ୍ଠ ନାଗରିକ ନେଉଛନ୍ତି ‘ବୁଷ୍ଟର୍‌ ଡୋଜ୍‌’

Advertisment
କୋଭିଡ୍‌-୧୯ ସଂକ୍ରମଣ ବହୁଗୁଣ ହେବାରୁ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟ ସେବାକାରୀ ଓ ବରିଷ୍ଠ ନାଗରିକ ନେଉଛନ୍ତି ‘ବୁଷ୍ଟର୍‌ ଡୋଜ୍‌’

Image Courtesy of India Today

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ଆରମ୍ଭ ହୋଇଛି କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତମାନଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ସ୍ବାସ୍ଥ୍ୟ ସେବାକାରୀ ଏବଂ ନାନାବିଧ ଶାରୀରିକ ସମସ୍ୟା ଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକମାନଙ୍କୁ କରୋନାଭାଇରସ୍‌ ନିରୋଧୀ ‘ପ୍ରିକସ୍‌ନାରି ଡୋଜ୍‌’ ବା ‘ବୁଷ୍ଟର୍‌‌ ଡୋଜ୍‌’ ଟିକା। ଦ୍ରୁତ ବିସ୍ତାରଶୀଳ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ସହିତ ଗତ ସପ୍ତାହରେ ପ୍ରାୟ ୬ଗୁଣ ବୃଦ୍ଧି ପାଇଥିବା କୋଭିଡ୍‌ ସଂକ୍ରମଣ ମାମଲା ପ୍ରତି ଦୃଷ୍ଟି ଦେଇ ସରକାର ‘ବୁଷ୍ଟର୍‌ ଡୋଜ୍‌’ ଆରମ୍ଭ କରିଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡଭୀୟ ଲେଖିଛନ୍ତି, ଦେଶବ୍ୟାପୀ ସ୍ବାସ୍ଥ୍ୟସେବା କର୍ମୀ, ପ୍ରତ୍ୟେକ୍ଷ ସେବା ପ୍ରଦାନକାରୀ ତଥା ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ‘ପ୍ରିକସ୍‌ନାରି ଡୋଜ୍‌’ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ପ୍ରାଥମିକତା ସହ ସ୍ବାସ୍ଥ୍ୟସେବା ଏବଂ ପ୍ରତ୍ୟକ୍ଷ ସେବା ପ୍ରଦାନକାରୀଙ୍କୁ ଅତିରିକ୍ତ ସୁରକ୍ଷା କବଚ ଦେବା ନିମନ୍ତେ ପ୍ରତିବଦ୍ଧ।

ଆଜି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ୍‌ରେ ‘ବୁଷ୍ଟର୍‌ ଡୋଜ୍‌’ ନେଇଥିବା ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ଆମକୁ ଭଲ ଲାଗୁଛି। କୌଣସି ପାର୍ଶ୍ବ-ପ୍ରତିକ୍ରିୟା ନାହିଁ। ପ୍ରତ୍ୟେକ ବ୍ୟକ୍ତି ଏହି ଟିକା ନେବା ଉଚିତ।

publive-image Image Courtesy of ANI

ତାମିଲନାଡୁରେ ମଧ୍ୟ କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତମାନଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ସ୍ବାସ୍ଥ୍ୟ ସେବାକାରୀ ଏବଂ ନାନାବିଧ ଶାରୀରିକ ସମସ୍ୟା ଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକମାନଙ୍କୁ କରୋନାଭାଇରସ୍‌ ନିରୋଧୀ ‘ପ୍ରିକସ୍‌ନାରି ଡୋଜ୍‌’ ବା ‘ବୁଷ୍ଟର୍‌‌ ଡୋଜ୍‌’ ଟିକା ଦେବା ଆରମ୍ଭ ହୋଇଛି।

ତେଲେଙ୍ଗାନାରେ ସ୍ବାସ୍ଥ୍ୟମନ୍ତ୍ରୀ ଟି ହରିଶ ରାଓଙ୍କ ଉପସ୍ଥିତିରେ ହାଇଦ୍ରାବାଦର ସରକାରୀ ୟୁନାନି ହସ୍ପିଟାଲ୍‌ରେ ମଧ୍ୟ କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତମାନଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ସ୍ବାସ୍ଥ୍ୟ ସେବାକାରୀ ଏବଂ ନାନାବିଧ ଶାରୀରିକ ସମସ୍ୟା ଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକମାନଙ୍କୁ କରୋନାଭାଇରସ୍‌ ନିରୋଧୀ ‘ପ୍ରିକସ୍‌ନାରି ଡୋଜ୍‌’ ବା ‘ବୁଷ୍ଟର୍‌‌ ଡୋଜ୍‌’ ଟିକା ଦିଆଯାଉଛି।

ବିହାର ଏବଂ ଓଡ଼ିଶା ପ୍ରଭୃତି ରାଜ୍ୟରେ ମଧ୍ୟ କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତମାନଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ସ୍ବାସ୍ଥ୍ୟ ସେବାକାରୀ ଏବଂ ନାନାବିଧ ଶାରୀରିକ ସମସ୍ୟା ଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକମାନଙ୍କୁ କରୋନାଭାଇରସ୍‌ ନିରୋଧୀ ‘ପ୍ରିକସ୍‌ନାରି ଡୋଜ୍‌’ ବା ‘ବୁଷ୍ଟର୍‌‌ ଡୋଜ୍‌’ ଟିକା ଦିଆଯାଉଥିବା ରିପୋର୍ଟ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe