ଆନ୍ଦୋଳନ ସ୍ଥଗିତ ରଖିବାକୁ ମନାକରିବାରୁ ଆଜି ପୁଣି ଆଲୋଚନା ପାଇଁ ଡାକ୍ତରମାନଙ୍କୁ ଡାକିଛନ୍ତି ମମତା ବାନାର୍ଜୀ

Advertisment
ଆନ୍ଦୋଳନ ସ୍ଥଗିତ ରଖିବାକୁ ମନାକରିବାରୁ ଆଜି ପୁଣି ଆଲୋଚନା ପାଇଁ ଡାକ୍ତରମାନଙ୍କୁ ଡାକିଛନ୍ତି ମମତା ବାନାର୍ଜୀ

Image Source: Zee News

କୋଲକାତା: ଆନ୍ଦୋଳନ ପରିସମାପ୍ତି କରିବାକୁ ଶନିବାର ଦିନ ପୁଣି ଥରେ ଆଲୋଚନା ପାଇଁ ପ୍ରତିବାଦକାରୀ କନିଷ୍ଠ ଡାକ୍ତରମାନଙ୍କୁ ଡକାଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦେଶବ୍ୟାପୀ ସହକର୍ମୀ ଡାକ୍ତରମାନଙ୍କ ପ୍ରବଳ ସମର୍ଥନ ପାଇବାରୁ ଏବେ ସରକାରୀ ଏବଂ ଘରୋଇ ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟସେବା ବାଧା ପାଇଛି।

ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରି ଶୁକ୍ରବାର ରାତିରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆନ୍ଦୋଳନରତ ଡାକ୍ତରମାନେ ମନା କରିବାରୁ ଆଜି ପୁନର୍ବାର ଆଲୋଚନା ପାଇଁ ଡକାଯାଇଛି।

publive-image Image Source: India TV

ଏହାଛଡ଼ା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେମାନେ ଛଅଟି ସର୍ତ୍ତ ରଖିଛନ୍ତି।

କନିଷ୍ଠ ଡାକ୍ତରମାନଙ୍କ ଯୁଗ୍ମ ମଞ୍ଚର ଅନ୍ୟତମ ମୁଖପାତ୍ର ଡାକ୍ତର ଅରିନ୍ଦମ ଦତ୍ତ କହନ୍ତି: ଶୁକ୍ରବାର ଦିନ ଏସ୍‌ଏସ୍‌କେଏମ୍‌ ଡାକ୍ତରଖାନାରେ ଆମ୍ଭମାନଙ୍କୁ ଯେମିତି ସମ୍ଭାଷଣ ଦେଲେ ସେଥିପାଇଁ ଆମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ନିଃସର୍ତ୍ତ କ୍ଷମା ଚାହୁଁଛୁ।

ଏହା ବ୍ୟତିରେକେ, ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ କହିଛନ୍ତି ଯେ ଡାକ୍ତରମାନଙ୍କ ଧର୍ମଘଟ ସମ୍ବନ୍ଧରେ ଆଲୋଚନା କରିବାକୁ ସେ ବାନାର୍ଜୀଙ୍କ ପାଖକୁ ଫୋନ୍‌ କରିଥିଲେ ବି ତାଙ୍କ ଠାରୁ କୌଣସି ଉତ୍ତର ପାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe