Image Courtesy of Japan Times
ମସ୍କୋ: ୧୯୪୫ ପରି ବିଜୟ ଆମର ହେବ ବୋଲି ଦ୍ବିତୀୟ ବିଶ୍ବଯୁଦ୍ଧରେ ନାଜି ଜର୍ମାନି ପରାଜୟର ୭୭ତମ ବାର୍ଷିକୀ ଅବସରରେ ପୂର୍ବତନ ସୋଭିଏତ୍ ରାଷ୍ଟ୍ରମାନଙ୍କୁ ଅଭିନନ୍ଦନ ଜଣାଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ରବିବାର ଦିନ ପ୍ରତିଜ୍ଞା କରି କହିଛନ୍ତି।
ଫେବ୍ରୁଆରି ମାସରେ ୟୁକ୍ରେନ୍କୁ ରୁଷୀୟ ସୈନିକମାନଙ୍କୁ ପଠାଇଥିବା ପୁଟିନ୍ କହିଛନ୍ତି, ଆଜି ଆମ ସୈନିକମାନେ ସେମାନଙ୍କ ପୂର୍ବଜମାନଙ୍କ ପରି ନାଜି ଆବର୍ଜନାର ନିଜ ମାତୃଭୂମିକୁ ସ୍ବାଧୀନ କରିବା ନିମନ୍ତେ ଆତ୍ମବିଶ୍ବାସର ସହ ଏକଜୁଟ ହୋଇ ଲଢ଼େଇ କରୁଛନ୍ତି। ୧୯୪୫ ପରି ବିଜୟ ଆମର ହେବ।
ପୁଟିନ୍ ପୁଣି କହିଛନ୍ତି, ବିଭିନ୍ନ ଦେଶବାସୀଙ୍କୁ ଦୁର୍ଦ୍ଦଶାଗ୍ରସ୍ତ କରିଥିବା ନାଜିବାଦର ପୁନର୍ଜନ୍ମକୁ ପ୍ରତିରୋଧ କରିବା ହେଉଛି ଆଜି ଆମର ସମସ୍ତଙ୍କର କର୍ତ୍ତବ୍ୟ। ଆଶା କରେ ନୂଆ ପିଢ଼ି ସବୁ ସେମାନଙ୍କର ବାପା ଜେଜେଙ୍କ ସ୍ମୃତି ପ୍ରତି ଯତ୍ନବାନ ହେବେ।
Image Courtesy of NDTVଅସୁମାରି ଆତ୍ମବଳି ଦେଇ ନାଜିବାଦକୁ ବିଧ୍ବସ୍ତ କରିଥିବା ଖାଲି ସୈନିକ ନୁହନ୍ତି ବହୁ ସାଧାରଣ ନାଗରିକମାନଙ୍କର ଦୃଷ୍ଟାନ୍ତ ମଧ୍ୟ ପୁଟିନ୍ ଦେଇଥିଲେ। ସେ କହିଲେ, ଦୁଃଖର କଥା, ଆଜି ପୁଣି ଥରେ ନାଜିବାଦ ମୁଣ୍ଡ ଟେକୁଛି। ଦ୍ବିତୀୟ ବିଶ୍ବଯୁଦ୍ଧ ଯାହାକୁ ମସ୍କୋ ‘ମହାନ୍ ଦେଶାତ୍ମବୋଧକ ସଂଗ୍ରାମ’ ଆଖ୍ୟା ଦିଏ, ସେଥିରେ ପରାସ୍ତ ହୋଇଥିବା ବ୍ୟକ୍ତିମାନଙ୍କର ଆଦର୍ଶବାଦୀ ଉତ୍ତରାଧିକାରୀମାନଙ୍କୁ ବାଧା ଦେବା ହେଉଛି ଆମର ପବିତ୍ର କର୍ତ୍ତବ୍ୟ।
ଏହା ବ୍ୟତିରେକେ, ସେ ସମସ୍ତ ୟୁକ୍ରେନ୍ବାସୀଙ୍କ ନିମନ୍ତେ ଶାନ୍ତି ଓ ସୁଖଦ ଭବିଷ୍ୟତ କାମନା କରିଛନ୍ତି।
ଆଜି ମସ୍କୋ ଔପଚାରିକଭାବେ ବିଶାଳ ସାମରିକ ପରେଡ୍ କରି ନାଜି ଜର୍ମାନି ଉପରେ ହାସଲ କରିଥିବା ବିଜୟ ପାଳନ କରିବ।
Follow Us