ମନ୍ତ୍ରୀ ହେବା ମାତ୍ରେ ରାତିଅଧରେ ବିଦ୍ୟୁତ୍ ବିଲ୍ ପୈଠ କଲେ ଅନିଲ ବିଜ୍

ଅନିଲ ବିଜ୍ ହରିୟାଣାର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଅନିଲ ବିଜ୍‌ଙ୍କୁ ଶକ୍ତି, ପରିବହନ ଏବଂ ଶ୍ରମ ମନ୍ତ୍ରଣାଳୟ ମିଳିଛି...

5amZnnxapwrq

ଚଣ୍ଡିଗଡ଼: ହରିୟାଣା ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ସରକାରଙ୍କ ମନ୍ତ୍ରୀ ଅନିଲ ବିଜ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଅନିଲ ବିଜ୍ ରବିବାର ରାତିରେ ଶକ୍ତି ବିଭାଗ ପାଇବା ମାତ୍ରେ ଏକ ନିଆରା କାର୍ଯ୍ୟ କରିଥିଲେ। ବିଦ୍ୟୁତ୍ ମନ୍ତ୍ରୀ ହେବାର ୨୭ ମିନିଟ୍ ମଧ୍ୟରେ ସେ ଅନଲାଇନରେ ନିଜର ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିଛନ୍ତି।

ଅନିଲ ବିଜ୍ କହିଛନ୍ତି ରବିବାର ରାତି ୧୨ଟା ୦୫ରେ ଗେଜେଟ୍ ବିଜ୍ଞପ୍ତିରୁ ଜାଣିବାକୁ ପାଇଥିଲେ ଯେ ସେ ତିନି ମନ୍ତ୍ରଣାଳୟର ମନ୍ତ୍ରୀ ହୋଇଛନ୍ତି। ତାଙ୍କ ପାଖରେ ଶକ୍ତି ମନ୍ତ୍ରଣାଳୟ ମଧ୍ୟ ରହିଛି। ଏହା ପରେ ସେ ଅନ୍‌ଲାଇନରେ ଯାଞ୍ଚ କରିଥିଲେ ଯେ ତାଙ୍କର କୌଣସି ବକେୟା ଦେୟ ଅଛି କି? ସେ ଜାଣିବାକୁ ପାଇଥିଲେ ଗୋଟିଏ ମାସର ଦେୟ ବାକି ରହିଛି। ତା’ପରେ ସେ ରାତିଅଧରେ ୧୨ଟା ୩୨ରେ ପ୍ରଥମେ ତାଙ୍କ ବିଦ୍ୟୁତ୍ ବିଲ୍ ପୈଠ କରିଥିଲେ।

ପୂର୍ବରୁ ଅନିଲ ବିଜ୍ କହିଥିଲେ କାହାକୁ କେଉଁ ବିଭାଗ ମିଳିବ ତାହା ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିବେ। ସେ କହିଥିଲେ ତାଙ୍କୁ ଯେ କୌଣସି ମନ୍ତ୍ରଣାଳୟର ମନ୍ତ୍ରୀ କରାଯାଉ କିଛି ଚିନ୍ତା ନାହିଁ। କାରଣ ସରକାର ହେଉଛି ବିଜେପିର। ସେ କହିଛନ୍ତି ଯେ, ରବିବାର ରାତିରେ କେହି ଜଣେ ତାଙ୍କ ପାଖକୁ ହ୍ବାଟସ୍ ଆପ୍‌ରେ ଗେଜେଟ୍ ବିଜ୍ଞପ୍ତି ପଠାଇଥିଲେ।

ସେ ଶକ୍ତି, ପରିବହନ ଏବଂ ଶ୍ରମ ଆଦି ୩ ମନ୍ତ୍ରଣାଳୟର ଦାୟିତ୍ବ ପାଇଥିବା ଜାଣିବାକୁ ପାଇଥିଲେ।  ଏହା ପରେ ସେ ପ୍ରଥମେ ତାଙ୍କ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିଥିଲେ। ସେ କହିଛନ୍ତି ଯେ ଯଦି ମୁଁ ମୋ ବକେୟା ବିଲ୍ ପୈଠ କରିବି, ତେବେ ଲୋକମାନଙ୍କୁ ମଧ୍ୟ ସେମାନଙ୍କ ବିଲ୍ ପୈଠ କରିବାକୁ କହିପାରିବି। 

ସୂଚନାଯୋଗ୍ୟ, ଅନିଲ ବିଜ୍‌ଙ୍କୁ ଏଥର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ସରକାରରେ ତିନୋଟି ମନ୍ତ୍ରଣାଳୟ ମିଳିଛି। ସେଥି ମଧ୍ୟରେ ଶକ୍ତି, ପରିବହନ ଏବଂ ଶ୍ରମ ମନ୍ତ୍ରଣାଳୟ ରହିଛି। ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସରକାରରେ ଗୃହମନ୍ତ୍ରୀ ଥିଲେ। କିନ୍ତୁ ଯେତେବେଳେ ବିଜେପି ରାଜ୍ୟରେ ନେତୃତ୍ୱ ବଦଳାଇଲା ସେତେବେଳେ ସେ ମନ୍ତ୍ରୀ ହୋଇ ନ ଥିଲେ। ସେ ଅସନ୍ତୁଷ୍ଟ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe