ଚଣ୍ଡିଗଡ଼: ହରିୟାଣା ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ସରକାରଙ୍କ ମନ୍ତ୍ରୀ ଅନିଲ ବିଜ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଅନିଲ ବିଜ୍ ରବିବାର ରାତିରେ ଶକ୍ତି ବିଭାଗ ପାଇବା ମାତ୍ରେ ଏକ ନିଆରା କାର୍ଯ୍ୟ କରିଥିଲେ। ବିଦ୍ୟୁତ୍ ମନ୍ତ୍ରୀ ହେବାର ୨୭ ମିନିଟ୍ ମଧ୍ୟରେ ସେ ଅନଲାଇନରେ ନିଜର ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିଛନ୍ତି।
ସୂଚନାଯୋଗ୍ୟ, ଅନିଲ ବିଜ୍ଙ୍କୁ ଏଥର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ସରକାରରେ ତିନୋଟି ମନ୍ତ୍ରଣାଳୟ ମିଳିଛି। ସେଥି ମଧ୍ୟରେ ଶକ୍ତି, ପରିବହନ ଏବଂ ଶ୍ରମ ମନ୍ତ୍ରଣାଳୟ ରହିଛି। ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସରକାରରେ ଗୃହମନ୍ତ୍ରୀ ଥିଲେ। କିନ୍ତୁ ଯେତେବେଳେ ବିଜେପି ରାଜ୍ୟରେ ନେତୃତ୍ୱ ବଦଳାଇଲା ସେତେବେଳେ ସେ ମନ୍ତ୍ରୀ ହୋଇ ନ ଥିଲେ। ସେ ଅସନ୍ତୁଷ୍ଟ ଥିଲେ।
Follow Us