୨୦୨୦ରୁ ପର୍ଯ୍ୟଟକଙ୍କ ପାଇଁ ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ ଖୋଲିବ ନାସା

Advertisment
୨୦୨୦ରୁ ପର୍ଯ୍ୟଟକଙ୍କ ପାଇଁ ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ ଖୋଲିବ ନାସା

Image Source: Zee News

ଓ୍ଵାସିଂଟନ୍‌: ରାତି ପିଛା ୩୫, ୦୦୦ ଡଲାର୍‌ ବିନିମୟରେ ‘ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌’ରେ ମାସେ ଛୁଟି କଟାଇବା ନିମନ୍ତେ ସାଧାରଣ ନାଗରିକମାନଙ୍କୁ ଅନୁମତି ଦିଆଯିବା କଥା ଶୁକ୍ରବାର ଦିନ ଆମେରିକୀୟ ମହାକାଶ ଏଜେନ୍‌ସି ‘ନାସା’ କହିଛି।

ଫଳରେ ପ୍ରଦକ୍ଷଣରତ ଏହି ଗବେଷଣାଗାରକୁ ପର୍ଯ୍ୟଟକ ଓ ଘରୋଇ ଗବେଷକମାନଙ୍କ ନିମନ୍ତେ ଦୀର୍ଘ ଦିନ ହେବ ଥିବା ନିଷିଦ୍ଧାଦେଶ ଉଠିଯାଇଛି। ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ରେ ବ୍ୟାବସାୟିକ କାର୍ଯ୍ୟକଳାପ ସମ୍ପ୍ରସାରଣ ପାଇଁ ଏ ଭଳି ପଦକ୍ଷେପ ନିଆଯାଇଥିବା କଥା କୁହାଯାଉଛି।

ବୋଇଙ୍ଗ୍‌ କୋ ଏବଂ ଏଲୋନ୍‌ ମସ୍କ୍‌ର ସ୍ପେସ୍‌ ଦ୍ୱାରା ବିକଶିତ ରକେଟ୍‌-ଆଣ୍ଡ୍‌-କ୍ୟାପ୍‌ସୁଲ୍‌ ଯୋଗେ ସାଧାରଣ ନାଗରିକମାନେ ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌କୁ ଯିବା ପାଇଁ ପଥ ସୁଗମ କରିଛି। ଦଶ ବର୍ଷ ମଧ୍ୟରେ ଏହି ଦୁଇ କମ୍ପାନି ଯୁକ୍ତରାଷ୍ଟ୍ର ଆମେରିକା ମାଟିରୁ ପ୍ରଥମ କରି ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌କୁ ମହାକାଶଚାରୀ ନେବା ଆଣିବା କରିବାକୁ ଯାଉଛି।

ପ୍ରତିବର୍ଷ ନାସା ସ୍ପେସ୍‌ ଷ୍ଟେସନ୍‌କୁ ଦୁଇ ଥର ଘରୋଇ ଗସ୍ତ ପାଇଁ ଅନୁମତି ଦେବ। ପ୍ରତି ଗସ୍ତର ସମୟ ଅବଧି ରହିବ ୩୦ ଦିନ। ପ୍ରଥମ ଅଭିଯାନ ୨୦୨୦ ପ୍ରାରମ୍ଭରେ ଆରମ୍ଭ ହେବାର ସମ୍ଭାବନା ରହିଛି।

କିନ୍ତୁ, ଏହି ପର୍ଯ୍ୟଟନ ଖୁବ୍‌ ମହଙ୍ଗା। ନାସାର ଆକଳନ ଅନୁସାରେ, ଯାତ୍ରା ପାଇଁ ସିଟ୍‌ ପିଛା ପଡ଼ିବ ପ୍ରାୟ ୫୦ ନିୟୁତ ଡଲାର୍‌। ଏହାଛଡ଼ା ଷ୍ଟେସନ୍‌ରେ ପହଞ୍ଚି ଯିବା ପରେ ନାସା ଖାଦ୍ୟ, ଷ୍ଟୋରେଜ୍‌ ଓ ଯୋଗାଯୋଗ ନିମନ୍ତେ ମଧ୍ୟ ମୂଲ୍ୟ ନେବ। ମୋଟାମୋଟି ହିସାବ କଲେ ପ୍ରତି ମହାକାଶଚାରୀଙ୍କ ପାଇଁ ରାତି ପିଛା ୩୫ ହଜାର ଡଲାର ଖର୍ଚ୍ଚ ହେବ।

ନାସାର ରୁଷୀୟ ପ୍ରତିଦ୍ୱନ୍ଦ୍ୱୀ ରୋସ୍ପୋମୋସ୍‌ ତା’ ଷ୍ଟେସନ୍‌କୁ ଇତି ମଧ୍ୟରେ ଅନେକ ସାଧାରଣ ନାଗରିକଙ୍କୁ ଛାଡ଼ି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe