ହରିୟାଣା ଭିଡ଼ ହିଂସାକୁ ନେଇ ବିଜେପି-ଆରଏସଏସକୁ ଦାୟୀ କଲେ ଓଓ୍ବୈସି

ହରିୟାଣାରେ ଗୋମାଂସ ଖାଇବା ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାକୁ ନେଇ  ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)କୁ ଟାର୍ଗେଟ କରିଛନ୍ତି। 

ଅଦ୍ୟତନ ହୋଇଛି
owaisi

 ନୂଆଦିଲ୍ଲୀ: ହରିୟାଣାର ଚରଖୀ ଦାଦରିରେ ଗୋମାଂସ ଖାଇବା ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାକୁ ନେଇ ରାଜନୀତି ବଢିବାରେ ଲାଗିଛି ।  ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଏବେ ଏହି ପ୍ରସଙ୍ଗକୁ ଉଲ୍ଲେଖ କରି ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)କୁ ଟାର୍ଗେଟ କରିଛନ୍ତି। 

ଅସଦୁଦ୍ଦିନ ଓୱେସି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, 'ଜଣେ ବୃଦ୍ଧ ମୁସଲମାନଙ୍କୁ ସଂଘୀ ଗୁଣ୍ଡାମାନେ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। ସଂଘୀମାନେ ସବୁବେଳେ ଗାଡିରେ ଆସନ୍ତି, ଏମାନେ କେବଳ ଦୁର୍ବଳଙ୍କୁ ଟାର୍ଗେଟ କରିପାରନ୍ତି । ବିଜେପି ସରକାର ସେମାନଙ୍କୁ ଆଭ୍ୟନ୍ତରୀଣ ସମର୍ଥନ କରୁଥିବାରୁ ସେମାନଙ୍କ ପାଖରେ ଏତେ ସାହସ ରହିଛି। 

"ଜଣେ ବୃଦ୍ଧ ମୁସଲମାନଙ୍କୁ ସଂଘୀ ଗୁଣ୍ଡାମାନେ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। ସଂଘୀମାନେ ସବୁବେଳେ ଗାଡିରେ ଆସନ୍ତି, ଏମାନେ କେବଳ ଦୁର୍ବଳଙ୍କୁ ଟାର୍ଗେଟ କରିପାରନ୍ତି । ବିଜେପି ସରକାର ସେମାନଙ୍କୁ ଆଭ୍ୟନ୍ତରୀଣ ସମର୍ଥନ କରୁଥିବାରୁ ସେମାନଙ୍କ ପାଖରେ ଏତେ ସାହସ ରହିଛି : ଓଓ୍ବେସି 

ସୂଚନାଯୋଗ୍ୟ ଯେ ହରିୟାଣାରେ ଗୋରକ୍ଷକମାନେ ସବିର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ଅସିର ନାମକ ଜଣେ ବ୍ୟକ୍ତିଙ୍କୁ ଆହତ କରିଛନ୍ତି। ଗୋ ମାଂସ ଖାଇବା ଅଭିଯୋଗରେ ସେମାନେ ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏହା ଫଳରେ ସବିରଙ୍କ ମୃତ୍ୟୁ ହୋଇଥିଲା ଓ ଅସିର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଅସଦୁଦ୍ଦିନ ଓୱେସି ଲେଖିଛନ୍ତି, “ସବିରଙ୍କ ହତ୍ୟାକାରୀଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଧରାପଡ଼ିଛନ୍ତି, ଯାହାଙ୍କ ବୟସ ୧୮ ବର୍ଷ ମଧ୍ୟ ନଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋରକ୍ଷା ନାଁରେ ଚାଲିଥିବା ଆତଙ୍କକୁ ରୋକି ହେବ ନାହିଁ। ଯଦି କୌଣସି ସରକାର ଆମ ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିପାରିବେ ନାହିଁ, ତେବେ ଏଭଳି ସରକାରର ଲାଭ କ'ଣ? ଯଦି ହରିୟାଣାର ବିଜେପି ସରକାର ଜୁନେଦ ଓ ନାସିରଙ୍କ ହତ୍ୟାକାରୀଙ୍କୁ ଗିରଫ କରିଥାନ୍ତେ, ବୋଧହୁଏ ସାବିରଙ୍କ ହତ୍ୟାକାରୀଙ୍କୁ ଆଜି ଏତେ ସାହସ ମିଳିନଥାନ୍ତା।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe