ମହାରାଷ୍ଟ୍ରରେ ଅସଦୁଦ୍ଦିନ ଓଓ୍ବେସି ବିଫଳ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ରେ ଅସଦୁଦ୍ଦିନ ଓୱେସିଙ୍କ ସ୍ୱପ୍ନ ପୁଣି ଥରେ ଧୂଳିସାତ ହୋଇଯାଇଛି। ତାଙ୍କ ଦଳ ରାଜ୍ୟରେ ଗତଥରର ସଫଳତା ବି ଦୋହରାଇପାରିନାହିଁ । ରାଜ୍ୟରେ ଦଳକୁ ମାତ୍ର ୧ ପ୍ରତିଶତ ଭୋଟ ମିଳିଛି ।

ଅଦ୍ୟତନ ହୋଇଛି
owesi

ନୂଆଦିଲ୍ଲୀ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ରେ ଅସଦୁଦ୍ଦିନ ଓୱେସିଙ୍କ ସ୍ୱପ୍ନ ପୁଣି ଥରେ ଧୂଳିସାତ ହୋଇଯାଇଛି। ତାଙ୍କ ଦଳ ରାଜ୍ୟରେ ଗତଥରର ସଫଳତା ବି ଦୋହରାଇପାରିନାହିଁ । ରାଜ୍ୟରେ ଦଳକୁ ମାତ୍ର ୧ ପ୍ରତିଶତ ଭୋଟ ମିଳିଛି ।

ଓୱେସିଙ୍କ ଦଳ ଏଆଇଏମଆଇଏମ ବିଜେପିର ବି ଟିମ୍ ବୋଲି ଅନେକ ସମୟରେ ଅଭିଯୋଗ ଆସୁଛି ଏବଂ ଏହି ଟ୍ୟାଗକୁ ହଟାଇବା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ସ୍ଥିତି ସୁଦୃଢ଼ କରିବା ପାଇଁ ଏଆଇଏମଆଇଏମ୍ ମଇଦାନକୁ ଓହ୍ଲାଇଥିଲା।  ମୁଖ୍ୟତଃ ମୁସଲମାନ ଓ ଦଳିତ ଭୋଟ୍ ବ୍ୟାଙ୍କ ଉପରେ ସେମାନଙ୍କ ଫୋକସ୍ ରହିଥିଲା। ତେବେ ଦଳର ପ୍ରଦର୍ଶନ ସେମାନଙ୍କ ଆଶା ପୂରଣ କରିପାରିନଥିଲା। ଦଳ ରାଜ୍ୟରେ ୧୪ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୧ଟି ଆସନରେ ଆଗୁଆ ଥିବା ଜଣାପଡିଛି। ଦଳର ପ୍ରାର୍ଥୀ ମୁଫତି ମହମ୍ମଦ ଅବଦୁଲ ଖାଲିକ୍ ଆଗୁଆ ଅଛନ୍ତି ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏଆଇଏମଆଇଏମ ମୁସଲିମ ଓ ଦଳିତ ବର୍ଗଙ୍କ ଉପରେ ଫୋକସ କରିଥିଲେ ବି ଭୋଟ ହାସଲ କରିବାରେ ବିଫଳ ହୋଇଥିଲା। ୨୦୧୪ ଓ ୨୦୧୯ ବିଧାନସଭା ଆସନରେ ଦଳ ୨ଟି ଲେଖାଏଁ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଏଥର ଦଳର ଆସନ ସଂଖ୍ୟା ୧କୁ ଖସିଆସିବାର ସମ୍ଭାବନା ରହିଛି । ରାଜ୍ୟରେ ଦଳ ମାତ୍ର ୧ ପ୍ରତିଶତ ଭୋଟ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe