ଛାତିରେ କଷ୍ଟ ହେବାରୁ ଯୋଧପୁର ଡାକ୍ତରଖାନାରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଛାତିରେ କଷ୍ଟ ହେବାରୁ ଯୋଧପୁର ଡାକ୍ତରଖାନାରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର: ଛାତିରେ କଷ୍ଟ, ଅସ୍ଥିରତା, ଆଣ୍ଠୁ ଧରିବା ଏବଂ ଅନ୍ୟାନ୍ୟ ଶାରୀରିକ ଅସୁବିଧା କଥା ଦର୍ଶାଇବାରୁ ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁଙ୍କୁ ମଙ୍ଗଳବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ଦୁଷ୍କର୍ମ ମାମଲାରେ ଆଶାରାମ ଯୋଧପୁରର କେନ୍ଦ୍ରୀୟ କାରାଗାରରେ ଆଜୀବନ କରାଦଣ୍ଡ ଭୋଗୁଛନ୍ତି।

ଚିକିତ୍ସା ନିମନ୍ତେ ପ୍ରଥମେ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍‌ପିଟାଲ୍‌କୁ ନିଆଯାଇଥିବା ଆଶାରାମଙ୍କୁ ସେଠାରୁ ମଥୁରା ଦାସ ମାଥୁର ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜଣେ ହୃଦ୍‌ରୋଗ ବିଶେଷଜ୍ଞ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।

publive-image Image Courtesy of Hindustan Times

ମଥୁରା ଦାସ ମାଥୁର ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଡାକ୍ତର ଏମ୍‌କେ ଆସେରି ଫୋନ୍‌ ଯୋଗେ ଗଣମାଧ୍ୟମକୁ କହିଛନ୍ତି, ଛାତିରେ କଷ୍ଟ ହେବା କଥା କହିବାରୁ ଆଶାରାମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଇସିଜିରେ ସାମାନ୍ୟ ପରିବର୍ତ୍ତନ ହୋଇଛି, କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

୨୦୧୩ ଅଗଷ୍ଟ ୧୫ ରାତିରେ ଯୋଧପୁର ନିକଟ ମାନାଇ ଅଞ୍ଚଳସ୍ଥିତ ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାଛଡ଼ା, ଅନ୍ୟ କେତେକ ଅଭିଯୋଗରେ ତାଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe