Image Courtesy: News Nation
ନୂଆଦିଲ୍ଲୀ : ୨୦୧୩ ମସିହାର ଏକ ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଗୁଜରାଟର ଗାନ୍ଧିନଗର ସେସନ୍ସ କୋର୍ଟ ଦୁଷ୍କର୍ମ ମାମଲାରେ ତାଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। କୋର୍ଟ ଏହି ମାମଲାରେ ଆଶାରାମ ବାପୁଙ୍କ ପତ୍ନୀଙ୍କ ସମେତ ମୋଟ୍ ୬ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଆସନ୍ତାକାଲି ଏହି ମାମଲାରେ ଦଣ୍ଡାଦେଶ ହେବ। ଉଲ୍ଲେଖଯୋଗ୍ୟ ଯେ ସୁରଟରେ ଆଶାରାମଙ୍କର ଜଣେ ମହିଳା ଭକ୍ତ ତାଙ୍କ ବିରୋଧରେ ୨୦୧୩ ଅକ୍ଟୋବରରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଆଶାରାମ ତାଙ୍କୁ ଅହମଦାବାଦର ମୋଟେରା ଆଶ୍ରମରେ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କୁ ବେଆଇନ ଭାବେ ଅଟକ ରଖିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ। ଏନେଇ ୨୦୧୪ ଜୁଲାଇରେ ଏକ ଚାର୍ଜସିଟ୍ ଦାଖଲ ହୋଇଥିଲା। ଦୀର୍ଘ ୧୦ ବର୍ଷ ପରେ ଆଶାରାମ ବାପୁ ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଶାରାମ ବାପୁ ଏବେ ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ଯୋଧପୁର ଜେଲ୍ରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/04/asaram-bapu.jpg)