‘ସିର୍ଫ ଏକ ବନ୍ଦା କାଫି ହୈ’ ବିରୋଧରେ ଆଶାରାମ ବାପୁଙ୍କ ଲିଗାଲ ନୋଟିସ୍

‘ସିର୍ଫ ଏକ ବନ୍ଦା କାଫି ହୈ’ ବିରୋଧରେ ଆଶାରାମ ବାପୁଙ୍କ ଲିଗାଲ ନୋଟିସ୍

The Quint

ନୂଆଦିଲ୍ଲୀ : ଖ୍ୟାତନାମା ଅଭିନେତା ମନୋଜ ବାଜପେୟୀ ନିକଟରେ ତାଙ୍କର ଆଗାମୀ ଜି୫ ଚଳଚ୍ଚିତ୍ର ‘ସିର୍ଫ ଏକ ବନ୍ଦା କାଫି ହୈ’ର ଟ୍ରେଲର ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ପୋକ୍‌ସୋ ଆଇନରେ ଜଣେ ଗଡ୍‌ମ୍ୟାନଙ୍କ ବିରୋଧରେ ଲଢ଼ୁଛନ୍ତି। ଟ୍ରେଲରର ଦାବି ଅନୁସାରେ ଚଳଚ୍ଚିତ୍ରଟି ବାସ୍ତବ ଘଟଣା ଉପରେ ଆଧାରିତ। ତେବେ ଅନୁରୂପ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ତଥାକଥିତ ଧର୍ମଗୁରୁ ଆଶାରାମ ବାପୁଙ୍କ ମାମଲା ସହ ମେଳ ଖାଇଯାଉଥିବାରୁ ଆଶାରାମଙ୍କ ଟ୍ରଷ୍ଟ ପକ୍ଷରୁ ମନୋଜ ବାଜପେୟୀଙ୍କ ଟିମ୍ ବିରୋଧରେ ଲିଗାଲ ନୋଟିସ୍ ଜାରି କରାଯାଇଛି। ସେମାନେ ଏହି ଚଳଚ୍ଚିତ୍ର ଉପରେ କଟକଣା ଲଗାଇବା ପାଇଁ କୋର୍ଟରେ ଦାବି କରିଛନ୍ତି।

ତାଙ୍କ ଓକିଲ ଦାବି କରିଛନ୍ତି ଯେ, ଏହି ଚଳଚ୍ଚିତ୍ର ତାଙ୍କ ମହକିଲ (ଆଶାରାମ)ଙ୍କ ଖ୍ୟାତି ଓ ସୁନାମରେ ଆଞ୍ଚ ଆଣିବ। ଏହା ତାଙ୍କ ଭକ୍ତ ଓ ଅନୁଗାମୀମାନଙ୍କ ମାନସିକ ଭାବନାକୁ ଆଘାତ ଦେବ। ଆଶାରାମଜୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଫିଲ୍ମର ପ୍ରଡ୍ୟୁସର ଆସିଫ ଶେଖ ଓ ପ୍ରଡକ୍ସନ କମ୍ପାନି ପ୍ରାକ୍ଟିକାଲ ପ୍ରଡକ୍ସନ୍ସ ଲିଗାଲ ନୋଟିସ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe