ଜୟ ଶ୍ରୀରାମ କହୁଥିବା ଲୋକଙ୍କୁ ରାକ୍ଷସ ସହ ତୁଳନା କଲେ କଂଗ୍ରେସ ନେତା ରସିଦ ଅଲଭି

Advertisment
ଜୟ ଶ୍ରୀରାମ କହୁଥିବା ଲୋକଙ୍କୁ ରାକ୍ଷସ ସହ ତୁଳନା କଲେ କଂଗ୍ରେସ ନେତା ରସିଦ ଅଲଭି

ନୂଆଦିଲ୍ଲୀ: ରାଜନୀତିରେ ଶ୍ରୀରାମ । କଂଗ୍ରେସ ନେତା ରସିଦ ଅଲଭିଙ୍କ ବୟାନକୁ ନେଇ ଏବେ ବିବାଦ ଦେଖାଦେଇଛି । ସଲମାନ ଖୁର୍ସିଦଙ୍କ ପରେ ରସିଦ ଅଲଭିଙ୍କ ବୟାନ ଏବେ ବିବାଦକୁ ଆହୁରି ବଳ ଯୋଗାଇଛି । ଉତ୍ତରପ୍ରଦେଶର ଏକ କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମଙ୍କ ନାଁରେ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରସିଦ ଅଲଭି ।

ରାମାୟଣର ଏକ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ଜୟ ଶ୍ରୀରାମ କହୁଥିବା ଲୋକଙ୍କୁ ରାକ୍ଷସ ସହ ତୁଳନା କରିବାକୁ ପଛାଇନାହାନ୍ତି ରସିଦ ।ଏହି କାର୍ଯ୍ୟକ୍ରମରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ରସିଦ କହିଛନ୍ତି, ଜୟ ଶ୍ରୀରାମ ନାରା ଲଗାଉଥିବା ସମସ୍ତ ବ୍ୟକ୍ତି ମୁନି ବା ସାଧୁ ନୁହନ୍ତି ବରଂ କିଛି ନିଶାଚର ବା ରାକ୍ଷସ ରହିଥାନ୍ତି । ସେମାନଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି।

ଉତ୍ତରପ୍ରଦେଶରେ ନିର୍ବାଚନ ମାହୋଲ ଆରମ୍ଭ ହେଲାଣି । ଆଉ ଏହାପୂର୍ବରୁ ଧର୍ମକୁ ନେଇ ରାଜନୀତି ମଧ୍ୟ ତେଜିଲାଣି । ଉତ୍ତରପ୍ରଦେଶର ସମ୍ଭଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମାୟଣ ବାବଦରେ ଉଲ୍ଲେଖ କରିଥିଲେ । ରସିଦ କହିଥିଲେ, ଯେତେବେଳେ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇ ପଡିଥିଲେ, ସେତେବେଳେ ବୈଦ୍ୟ ସଞ୍ଜିବନୀ ଆଣିବାକୁ ହନୁମାନଙ୍କୁ ହିମାଳୟକୁ ପଠାଇଥିଲେ । ସୂର୍ଯ୍ୟୋଦୟ ପୂର୍ବରୁ ଏହି କାମ ସାରିବାକୁ ହନୁମାନଙ୍କୁ କୁହାଯାଇଥିଲା । ଆଉ ହନୁମାନ ସଞ୍ଜିବନୀ ଆଣିବାକୁ ଯାଉଥିବା ବେଳେ ଏକ ସାଧୁଙ୍କୁ ଦେଖିବାକୁ ପାଇଥିଲେ । ଯିଏ ଜୟ ଶ୍ରୀରାମ ନାରା ଜପ କରୁଥିଲେ । ଆଉ ଏଭଳି ଜଣେ ରାମଭକ୍ତଙ୍କୁ ଦେଖି ହନୁମାନ ତାଙ୍କ ପାଖକୁ ଆସିଥିଲେ ଏବଂ ଜୟ ଶ୍ରୀରାମ ନାରା ଜପିଲେ ।

ତେବେ ଉକ୍ତ ସାଧୁ ଜଣକ ସଙ୍ଗେ ସଙ୍ଗେ ତାଙ୍କୁ ସ୍ନାନ କରି ଆସିବାକୁ କହିଲେ । ଆଉ ହନୁମାନ ସ୍ନାନ କରିବାକୁ ଆସିବାରୁ ଗୋଟିଏ କୁମ୍ଭୀର ତାଙ୍କ ଗୋଡକୁ କାମୁଡି ଧରିବା ସହ କହିଥିଲେ ଶ୍ରୀରାମ ନାମ ଜପ କରୁଥିବା ଉକ୍ତ ସାଧୁ ବାସ୍ତବରେ ସାଧୁ ନୁହଁନ୍ତି ବରଂ ଜଣେ ରାକ୍ଷସ । ସଞ୍ଜିବନୀ ଆଣିବାରେ ବିଳମ୍ବ କରିବାକୁ ରାବଣ ଉକ୍ତ ରାକ୍ଷସଙ୍କୁ ସାଧୁ ବେଶରେ ପଠାଇଛି । ତେଣୁ ଏବେ ବହୁତ ଲୋକ ଶ୍ରୀରାମ ନାମ ଜପ କରୁଛନ୍ତି କିନ୍ତୁ ସମସ୍ତେ ସାଧୁ ନୁହଁନ୍ତି ବରଂ କିଛି ରାକ୍ଷସ ଅଛନ୍ତି । ଯେଉଁମାନଙ୍କ ଠାରୁ ସର୍ତକ ରହିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe