ଲକ୍ଷ୍ନୌ: ଲଖିମ୍ପୁର ଖରି ହିଂସାକାଣ୍ଡ ମାମଲାରେ ‘ବିଜେପି’ ନେତା ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ଜାମିନ ମଞ୍ଜୁର କରିଛନ୍ତି।
ଅକ୍ଟୋବର ୩ ତାରିଖ ଦିନ ଉତ୍ତର ପ୍ରଦେଶର ଲଖିମ୍ପୁର ଖେରିରେ ସଙ୍ଗଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ଅକ୍ଟୋବର ୯ ତାରିଖ ଦିନ ଗିରଫ କରାଯାଇଥିଲା।
Image Courtesy of India Todayସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଲଖିମ୍ପୁର ଖେରି ଗସ୍ତ ଆଗରୁ କୃଷକମାନଙ୍କ ପ୍ରତିବାଦ ବେଳେ ଘଟିଥିବା ଏହି ହିଂସାକାଣ୍ଡରେ କୃଷକ ଓ ‘ବିଜେପି’ କର୍ମୀଙ୍କ ସମେତ ସମୁଦାୟ ୮ଜଣଙ୍କର ମୃତ୍ୟୁ ଘଟିଥିଲା।
ସେଥିରୁ ୪ ଜଣ ହେଲେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ କାର୍ରେ ଯାଉଥିବା ‘ବିଜେପି’ କର୍ମୀ। ବାକି ୪ଜଣ ଥିଲେ ପ୍ରତିବାଦକାରୀ କୃଷକ। ଲଖିମ୍ପୁର ଖେରି ହିଂସାକାଣ୍ଡ ଘଟଣାର ତଦନ୍ତ କରୁଥିବା ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ କହିଥିଲା ଯେ, ପ୍ରତିବାଦକାରୀ କୃଷକମାନଙ୍କୁ ହତ୍ୟା କରିବା ଲାଗି ଯୋଜନାବଦ୍ଧ ଷଡ୍ଯନ୍ତ୍ର ହୋଇଥିଲା।
Follow Us