୫ବର୍ଷ କାମ କଲେ ମିଳିବ ମର୍ସିଡିଜ୍ କାର୍; ନୂଆ କମ୍ପାନିରେ ଯୋଗ ଦେବାକୁ ଏଭଳି ଅଫର ଦେଲେ ଅଶନୀର

Advertisment
୫ବର୍ଷ କାମ କଲେ ମିଳିବ ମର୍ସିଡିଜ୍ କାର୍; ନୂଆ କମ୍ପାନିରେ ଯୋଗ ଦେବାକୁ ଏଭଳି ଅଫର ଦେଲେ ଅଶନୀର

ନୂଆଦିଲ୍ଲୀ: ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ୍ -୧ର ଜଜ୍ ଭାବେ ନଜର ଆସି ଚର୍ଚ୍ଚିତ ହୋଇଥିବା ଭାରତ ପେ’ର ପୂର୍ବତନ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର ଏବେ ନିଜର ନୂଆ କମ୍ପାନି ଆରମ୍ଭ କରିଛନ୍ତି। ନୂଆ କମ୍ପାନି ଆରମ୍ଭ କରିବା ସହ ଅଶନୀର ଯେଉଁ ଅଫର ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାନୁଆରି ୧୦ ମଙ୍ଗଳବାର ଦିନ ଅଶନୀର ଗ୍ରୋଭରଙ୍କ ନୂତନ ଷ୍ଟାର୍ଟଅପ୍ 'ଥାର୍ଡ ୟୁନିକର୍ଣ୍ଣ'ର ଏକ ଟିଜର ଲଞ୍ଚ କରାଯାଇଥିଲା। ସେ ଲିଙ୍କଡଇନ ପୋଷ୍ଟ ମାଧ୍ୟମରେ ଟିଜର ଲଞ୍ଚ କରି ଏକ ଚମତ୍କାର ଅଫର ମଧ୍ୟ ଦେଇଥିଲେ।

ଅଶନୀର ଗ୍ରୋଭର ଲିଙ୍କଡଇନରେ କରିଥିବା ପୋଷ୍ଟରେ ଲୋକଙ୍କୁ ତାଙ୍କ କମ୍ପାନି 'ଥାର୍ଡ ୟୁନିକର୍ଣ୍ଣ'ରେ ଯୋଗଦେବାକୁ ନିମନ୍ତ୍ରଣ କରିବା ସହ କମ୍ପାନି ୫ବର୍ଷ କାମ କରିବା ପରେ କର୍ମଚାରୀମାନଙ୍କୁ ମର୍ସିଡିଜ୍ କାର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

'ଥାର୍ଡ ୟୁନିକର୍ଣ୍ଣ' ବିଷୟରେ ସୂଚନା ଦେଇ ସେ ଲେଖିଛନ୍ତି, 'ଚାଲ ୨୦୨୩ମସିହାରେ କିଛି କାମ କରିବା। ଆମେ 'ଥାର୍ଡ ୟୁନିକର୍ଣ୍ଣ' ମାଧ୍ୟମରେ ବଜାରକୁ ଥରାଇବାର କାମ କରୁଛୁ। ସେ ଏହି ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ କମ୍ପାନିରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏଥିରେ ଯୋଗ ଦେଉଥିବା କର୍ମଚାରୀଙ୍କୁ ମର୍ସିଡିଜ୍ ମିଳିବାର ସୁଯୋଗ ରହିଛି। ଅଶନୀର ଗ୍ରୋଭର ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଷ୍ଟାର୍ଟଅପରେ କେବଳ ୫୦ଜଣିଆ ଟିମ୍ ରହିବେ।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହାରେ ଭାରତ ପେ’ ଠାରୁ ଅଲଗା ହେବା ପରେ ଅଶନୀର ଗ୍ରୋଭର ତାଙ୍କର ଷ୍ଟାର୍ଟଅପ୍ କମ୍ପାନି 'ଥାର୍ଡ ୟୁନିକର୍ଣ୍ଣ' ଆଣିବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ସେ ନିଜେ ଏହି କମ୍ପାନିରେ ଯୋଗ ଦେବା ପାଇଁ ଲୋକଙ୍କୁ ଏହି ବଡ଼ ଅଫର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe