ବିଧାୟକଙ୍କ ବିଦ୍ରୋହ ସହିତ ମୋର କୌଣସି ସମ୍ପର୍କ ନଥିବା କହି ଖଡଗେଙ୍କୁ କ୍ଷମା ମାଗିଲେ ଗେହଲଟ

ବିଧାୟକଙ୍କ ବିଦ୍ରୋହ ସହିତ ମୋର କୌଣସି ସମ୍ପର୍କ ନଥିବା କହି ଖଡଗେଙ୍କୁ କ୍ଷମା ମାଗିଲେ ଗେହଲଟ

ndtv

ଜୟପୁର: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ କ୍ଷମା ମାଗିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ରାଜସ୍ଥାନ କଂଗ୍ରେସରେ ରାଜନୈତିକ କନ୍ଦଳ ଚାଲିଥିବା ବେଳେ ଏଭଳି ଖବର ସାମ୍ନାକୁ ଆସୁଛି।

ସୂଚନାନୁସାରେ, ଅଶୋକ ଗେହଲଟ୍ ମଲ୍ଲିକାର୍ଜୁନ ଖଡଗେଙ୍କୁ କ୍ଷମା ମାଗି କହିଛନ୍ତି ଯେ ବିଧାୟକଙ୍କ ବିଦ୍ରୋହ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଅନ୍ୟପକ୍ଷରେ ରବିବାର ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ଡକାଯାଇଥିବା ବେଳେ କୌଣସି ବିଧାୟକଙ୍କ ପହଞ୍ଚି ନଥିବାରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦଳର ବରିଷ୍ଠ ନେତା ଅଜୟ ମାକନ୍ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କଠାରୁ ଲିଖିତ ଉତ୍ତର ମାଗିଛନ୍ତି। ଦଳର ହାଇକମାଣ୍ଡ ରବିବାର ସନ୍ଧ୍ୟା ୭ଟାରେ ଜୟପୁରରେ ବିଧାୟକ ଦଳର ବୈଠକ ଡାକିଥିଲେ ବୋଲି ଜଣାପଡ଼ିଛି।

କୁହାଯାଉଛି ଯେ, ଏହି ବୈଠକରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ନିଷ୍ପତ୍ତି ନିଆଯାଇଥାନ୍ତ‌ା। କିନ୍ତୁ ଏହି ବୈଠକର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖ ଲୋକ ବୋଲି କୁହାଯାଉଥିବା ବିଧାୟକ ଶାନ୍ତି ଧରିୱାଲଙ୍କୁ ଭେଟିଥିଲେ ଗେହଲଟ୍ କ୍ୟାମ୍ପର ବିଧାୟକ। ଏହି ବୈଠକ ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାମ୍ପରୁ ହେବା ଉଚିତ୍ ବୋଲି ଶାନ୍ତି ଧରିୱାଲ ଦଳର ହାଇକମାଣ୍ଡ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ଏହା ସହ ସେମାନଙ୍କ ଦାବି ପୂରଣ ନହେଲେ ଇସ୍ତଫା ଦେବାକୁ ଧମକ ଦେଇଥିଲେ ଗେହଲଟ୍ କ୍ୟାମ୍ପର ୯୦ରୁ ଅଧିକ ବିଧାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe