କଂଗ୍ରେସ ସଭାପତି ହେବାକୁ ଗେହଲଟ ରାଜି, ହେଲେ ତାଙ୍କ ସର୍ତ୍ତ ସଚ୍ଚିନଙ୍କ ସ୍ୱପ୍ନକୁ ଧୂଳିସାତ କରିଦେବ ନାହିଁ ତ ?

Advertisment
ଜଟିଳ ହେଉଛି ରାଜସ୍ଥାନ କଂଗ୍ରେସ କନ୍ଦଳ: ୱାନ୍‌ ଟୁ ୱାନ୍‌ ବୈଠକରେ  ଯୋଗ ଦେଲେନି ପାଇଲଟ

Picture Courtesy: ABP

ନୂଆଦିଲ୍ଲୀ: ସର୍ବପୁରାତନ କଂଗ୍ରେସ ଦଳ ନିଜର ନୂତନ ସଭାପତି ଚୟନ ପାଇଁ ଏହାର ବହୁ ଚର୍ଚ୍ଚିତ ମେଗା ନିର୍ବାଚନ ପ୍ରକ୍ରିୟା ଗୁରୁବାର (୨୨ ସେପ୍ଟେମ୍ବର)ରୁ ଆରମ୍ଭ କରିବ। ବିଗତ ୨୦ ବର୍ଷରୁ ଅଧିକ ସମୟର କାଳଖଣ୍ଡ ମଧ୍ୟରେ ଦଳ ସଭାପତି ପଦ ନିମନ୍ତେ ନିର୍ବାଚନ ଦେଖିବ। ତେବେ, ଏହା ପୂର୍ବରୁ ଏବେ ଦଳ ମଧ୍ୟରେ ଘଡିକୁ ଘୋଡ଼ା ଛୁଟିବା ଆରମ୍ଭ ହୋଇଯାଇଛି।

ସଭାପତି ପଦବୀ ନିମନ୍ତେ ଦଳର ଅନ୍ୟତମ ଚର୍ଚ୍ଚିତ ନେତା ଶଶି ଥରୁର ସୋନିଆ ଗାନ୍ଧୀଙ୍କଠାରୁ ଆପତ୍ତିହୀନ ପ୍ରମାଣ ପତ୍ର (ନୋ’ ଅବଜେକ୍‌ସନ) ପାଇବା ଏବେ ପରେ ନିର୍ବାଚନ ଲଢ଼ିବାକୁ ସଜବାଜ ହେଉଛନ୍ତି। ଏଣେ ସଭାପତି ପଦବୀ ପାଇଁ ଦୌଡ଼ରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କରାଇବାକୁ ଉଦ୍ୟମ ଚାଲିଛି। କିନ୍ତୁ ଏଥିପାଇଁ ଗେହଲଟ ପ୍ରସ୍ତୁତ ନଥିବା ଜଣାଯାଇଛି। ଅକ୍ଟୋବର ୧୭ରେ ସଭାପତି ପଦବୀ ନିମନ୍ତେ ହେବାକୁ ଥିବା ନିର୍ବାଚନ ପାଇଁ ଅଶୋକ ଗେହଲଟ ଆସନ୍ତା ସୋମବାର ନାମାଙ୍କନ ପତ୍ର ଦାଖଲ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।

କଂଗ୍ରେସର ଭେଟେରାନ ରୂପେ ପରିଗଣିତ ଅଶୋକ ଗେହଲଟ, ଯିଏ କି ବିଜେପିର ‘ଅପରେସନ୍‌ ଲୋଟସ୍‌’ ଏବଂ ନିଜ ଦଳ ମଧ୍ୟରେ ଏକାଧିକ ବିଦ୍ରୋହ ସମେତ ଅନେକ ବିପଦର ମୁକାବିଲା କରିଛନ୍ତି, ତାଙ୍କୁ ଦଳର ସଭାପତି ନେବାକୁ ସୋନିଆ ଗାନ୍ଧୀ କହିଛନ୍ତି; ଯିଏ କି ଦଳର ନିର୍ବାଚନ ପରାଜୟ ପରେ ୨୦୧୯ରେ ତାଙ୍କ ପୁତ୍ର ରାହୁଲ ସଭାପତି ପଦବୀ ଛାଡିବା ପରଠାରୁ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ରହିଛନ୍ତି।

publive-image

କିନ୍ତୁ ୭୧ ବର୍ଷ ବୟସ୍କ ଗେହଲଟ ଏବେ ତାଙ୍କ ନିକଟରେ ରହିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦବୀକୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟଙ୍କୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ନାହାନ୍ତି। ସେଥିପାଇଁ ସେ ସର୍ତ୍ତ ବାଢ଼ିଛନ୍ତି ଯେ ସେ ସୋନିଆ ଗାନ୍ଧୀଙ୍କ ସହ ଦଳର ପୂର୍ଣ୍ଣକାଳୀନ କାର୍ଯ୍ୟକାରୀ ସଭାପତି ରହିବେ ଓ ତା’ ସହିତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ରହିବେ।

ତେବେ, ଗେହଲଟଙ୍କର ଏହି ସର୍ତ୍ତ ସଚିନ ପାଇଲଟଙ୍କ ପାଇଁ ଭଲ ଖବର ନୁହେଁ। କାରଣ, ସିଏ ଆଶ ବାନ୍ଧିଥିଲେ ଯେ ଗେହଲଟଙ୍କ ନୂତନ ଭୂମିକା ଗ୍ରହଣ କଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ମିଳିବ। ଏ ନେଇ ସେ ଆଜି ରାଜଧାନୀ ଦିଲ୍ଲୀରେ ମଧ୍ୟ ଡେରା ପକାଇଥିଲେ। ତାଙ୍କର ଦିଲ୍ଲୀ ଆଗମନକୁ କେନ୍ଦ୍ର କରି ଅନେକ କଳ୍ପନାଜଳ୍ପନା ମଧ୍ୟ ଦାନା ବାନ୍ଧୁଥିଲା।

ଅନ୍ୟପକ୍ଷରେ, ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଗେହଲଟ ଆଶା କରୁଛନ୍ତି ଯେ ସେ ଏହି ସପ୍ତାହରେ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ ଭାବରେ ଫେରିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିବେ। ରାହୁଲ ଗାନ୍ଧୀ ହେଉଛନ୍ତି ସଭାପତି ପଦବୀ ପାଇଁ ପ୍ରଥମ ପସନ୍ଦ। ଏସବୁ ମଧ୍ୟରେ ଏସବୁ ସଙ୍କଟ ଓ ସମସ୍ୟାର ସମାଧାନ ବାହାର କରିବାକୁ ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ରୂପେ ଜଣାଶୁଣା କେସି ବେଣୁଗୋପାଳଙ୍କୁ ଭାରତ ଯୋଡ଼ୋ ଯାତ୍ରା ମଝିରୁ ଦିଲ୍ଲୀ ଡକାଯାଇଛି। ଏବଂ ଘନଘନ ବୈଠକ ଚାଲିଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ସଭାପତି ପଦବୀ ନିମନ୍ତେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନାମାଙ୍କନ ଗ୍ରହଣ କରାଯିବ। ଯଦି ଆବଶ୍ୟକ ହୁଏ (ଯଦି ଏକରୁ ଅଧିକ ପ୍ରାର୍ଥୀ ଥାଆନ୍ତି), ଅକ୍ଟୋବର ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe