ରାଜସ୍ଥାନ ବିଧାନସଭାରେ ଆସ୍ଥା ଭୋଟ୍‌ ଜିଣି‌ଲେ ଅଶୋକ ଗେହ‌ଲଟ୍‌ଙ୍କ ନେତୃତ୍ବାଧୀନ ସରକାର

Advertisment
ରାଜସ୍ଥାନ ବିଧାନସଭାରେ ଆସ୍ଥା ଭୋଟ୍‌ ଜିଣି‌ଲେ ଅଶୋକ ଗେହ‌ଲଟ୍‌ଙ୍କ ନେତୃତ୍ବାଧୀନ ସରକାର

Image Courtesy of The Indian Express

ନୂଆଦିଲ୍ଲୀ: ଆଜି ରାଜସ୍ଥାନ ବିଧାନସଭାରେ ଅଶୋକ ଗେହଲଟ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ସରକାର ଆସ୍ଥା ଭୋଟ୍‌ ଜିଣିଛନ୍ତି। ରାଜସ୍ଥାନ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିୱାଲ୍ ବିଧାନସଭାରେ ଆସ୍ଥା ଭୋଟ୍‌ ଆଗତ କରିଥିଲେ।

ଗତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକରେ ସଚିନ ପାଇଲଟ୍‌ ଓ ତାଙ୍କୁ ସମର୍ଥନ କରୁଥିବା ବିଦ୍ରୋହୀ ବିଧାୟକମାନେ ଯୋଗ ଦେବା ପରେ ଆଜି ବିଧାନସଭାରେ ଆସ୍ଥା ଭୋଟ୍‌ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସଚିନ ଘୋଷଣା କରିଥିଲେ ଯେ, ରାଜସ୍ଥାନବାସୀଙ୍କ ସ୍ବାର୍ଥ ଏବଂ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରିବାକୁ ସେ ଦୃଢ଼ପରିକର।

publive-image Image Courtesy of Hindustan Times

ଘରକୁ ବାହୁଡ଼ି ଥିବା ବିଦ୍ରୋହୀମାନଙ୍କ ସହ ସର୍ମ୍ପକ ଯୋଡ଼ିବା ଓ ସୁଧାରିବା ନିମନ୍ତେ ଆସ୍ଥା ଭ‌ୋଟ୍‌ ବିଜୟ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କୁ ଛଅ ମାସ ସମୟ ଦେବ। ଭୋଟ୍‌ ପରେ ସଚିନ ପାଇଲଟ୍‌ କହିଛନ୍ତି, ରାଜସ୍ଥାନ ବିଧାନସଭାରେ ସରକାରଙ୍କ ଦ୍ବାରା ଆଗତ ଆସ୍ଥା ଭୋଟ୍‌ ଆଜି ଉତ୍ତମ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିରୋଧୀଙ୍କ ଅନେକ ଉଦ୍ୟମ ସତ୍ତ୍ବେ ଫଳାଫଳ ସରକାରଙ୍କ ସପକ୍ଷରେ ଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାଦ୍ବାରା ସରକାରଙ୍କ ପ୍ରତି ଥିବା ସମର୍ଥନ ସଂଖ୍ୟା ଉପରେ ସୃଷ୍ଟି ହୋଇଥିବା ସମସ୍ତ ସନ୍ଦେହର ଅବସାନ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe