ଏହି ବରିଷ୍ଠ ନେତା ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ !

ଏହି ବରିଷ୍ଠ ନେତା ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ !

photo--ndtv

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଯେମିତି ଇସ୍ତଫା ନ ଦିଅନ୍ତୁ , ସେଥିପାଇଁ ଦଳର ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା ତାଙ୍କୁ ରାଜି କରାଇବାରେ ଲାଗି ପଡ଼ିଥିଲେ ,ମାତ୍ର ରାହୁଲ ନିଜ ନିଷ୍ପତ୍ତିରେ ଅଟଳ ଥିବା କୁହାଯାଉଛି। ଏଣୁ ତାଙ୍କ ଜାଗାରେ ଅନ୍ୟଜଣଙ୍କୁ ଅଧ୍ୟକ୍ଷ ପଦ ଦିଆଯିବା ଏକରକମର ସ୍ଥିର ହୋଇଥିବା ଜଣାଯାଇଛି।

ଗାନ୍ଧୀ ପରିବାରରୁ କେହି ନ ହୋଇ ବରଂ ଅନ୍ୟ ଜଣେ ଏହି ପଦରେ ବସନ୍ତୁ ବୋଲି ରାହୁଲ ଚାହୁଁଥିଲେ। ତାହାବି ପୂରଣ ହେବ ବୋଲି ଜଣାଯାଇଛି। ଏଥିଲାଗି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ରାଜି କରାଯାଇଥିବା କୁହାଯାଉଛି। ଯେକୌଣସି ସମୟରେ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

publive-image photo-indiatv

ତେବେ ଗତ ନିର୍ବାଚନ ସମୟରେ ସେ ନିଜ ପୁଅକୁ ଲୋକସଭା ପ୍ରାର୍ଥୀ କରି ତାକୁ ଜିତାଇବା କାମରେ ଅଧିକ ନିୟୋଜିତ ହୋଇଥିବା କାରଣରୁ ଅଶୋକ ଗେହଲଟଙ୍କୁ ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଥିଲେ। କିନ୍ତୁ ସେ ଗାନ୍ଧୀ ପରିବାରର ନିକଟତମ ଏବଂ ସୋନିଆ ଗାନ୍ଧୀଙ୍କ ପ୍ରିୟ ହୋଇଥିବା ହେତୁ ଅଶୋକ ଗେହଲଟ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ କୁହାଯାଉଛି।ଏଥିପାଇଁ ତାଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe