ରାଜସ୍ଥାନ ସଙ୍କଟକୁ ଦେଖି ମୁଁ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛି: ଗେହଲଟ

Advertisment
ରାଜସ୍ଥାନ ସଙ୍କଟକୁ ଦେଖି ମୁଁ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛି: ଗେହଲଟ

ଜୟପୁର: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ବଦଳିଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିଷ୍ପତ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିବା ପରେ ଗେହଲଟ ନି‌ଜେ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କରିଥିଲେ। ହେଲେ ଆଜି ସୋନିଆ ଗାନ୍ଧୀଙ୍କୁ ଭେଟି ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି।

ପ୍ରାୟ ଦୁଇ ଘଣ୍ଟା ଧରି ସୋନିଆଙ୍କ ସହ ବୈଠକ କରିବା ପରେ ଅଶୋକ ଗେହଲଟ୍ କହିଛନ୍ତି ଯେ, ରାଜସ୍ଥାନରେ ଘଟିଥିବା ଘଟଣା ପାଇଁ ମୁଁ ସୋନିଆଜୀଙ୍କୁ କ୍ଷମା ମାଗିଛି। ଗତ ୫୦ବର୍ଷ ଧରି ମୁଁ କଂଗ୍ରେସରେ ଥିବା ବେଳେ ମୋତେ ଏଠାରେ ସମ୍ମାନ ମିଳିଛି। ହାଇକମାଣ୍ଡ ସବୁବେଳେ ମୋ ଉପରେ ବିଶ୍ୱାସ କରିଆସିଛନ୍ତି ଏବଂ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମୋତେ ବିଶ୍ୱାସ କରାଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକଠାରୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା କେବଳ ହାଇକମାଣ୍ଡଙ୍କ ଆଶୀର୍ବାଦରେ ହୋଇଛି। ବର୍ତ୍ତମାନ ଯେଉଁ ପରିସ୍ଥିତି ଆସିଛି, ତାକୁ ଦେଖି ମୁଁ କଂଗ୍ରେସ ସଭାପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କୋଚିରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲି ଏବଂ ତାଙ୍କୁ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ କରିଥିଲି। ଯେତେବେଳେ ସେ ରାଜି ହେଲେ ନାହିଁ। ଏହା ପରେ ମୁଁ ନିଜେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରିଥିଲି। କିନ୍ତୁ ବର୍ତ୍ତମାମ ଏହାକୁ ନେଇ ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ନଜରରେ ରଖି ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe