‘୮ ବର୍ଷର ମୋ ସରକାର’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ ଅଶ୍ୱିନୀ ବୈଷ୍ଣବ

୬ଜିରେ ଭାରତ ଆଗରେ ରହିବ: ଅଶ୍ବିନୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନଭାଗୀଦାରି ଦୃଷ୍ଟିକୋଣକୁ ଆଗକୁ ବଢ଼ାଇ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶନିବାର ନୂଆଦିଲ୍ଲୀଠାରେ ‘୮ ବର୍ଷର ମୋ ସରକାର’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ପରମେଶ୍ୱରନ୍ ଆୟାର, ଜି ୨୦ର ଅମିତାଭ କାନ୍ତ ଏବଂ ସାମର୍ଥ୍ୟ ନିର୍ମାଣ ଆୟୋଗ ସଚିବ ହେମାଙ୍ଗ ଜାନୀ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଯୁବା ୨୦୨୨ ନିମନ୍ତେ ଦାୟିତ୍ୱବାନ୍ ଏଆଇର ମଧ୍ୟ ଶୁଭାରମ୍ଭ କରିଥିଲେ। ଯୁବକମାନଙ୍କ ନିମନ୍ତେ ଦାୟିତ୍ୱବାନ୍ ଏଆଇ ଜାତୀୟ ଇ-ପ୍ରଶାସନ ଡିଭିଜନ୍‌, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ଇଂଟେଲ୍ ଇଣ୍ଡିଆ ଏବଂ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ପ୍ରସ୍ତୁତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମଗ୍ର ଭାରତରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୋଲା ରହିବ।

ମାଇଁ ଗଭ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ସିଂହ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଇଁ ଗଭ୍ ୨.୦ ଉପରେ ତାଙ୍କର ବିଚାର ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ, ପ୍ରଯୁକ୍ତିର ବ୍ୟବହାର ତଥା ମାଇଁ ଗଭ୍ ଭଳି ମଂଚଗୁଡ଼ିକ ବହୁ ଲୋକଙ୍କ ନିକଟରେ ସରକାରୀ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡ଼ିକୁ ପହଂଚାଇଛନ୍ତି। ମୁଁ ମାଇଁ ଗଭ୍‌ ଦଳର ସମସ୍ତ ସଦସ୍ୟଙ୍କୁ ୮ ବର୍ଷ ପୂରଣ କରିଥିବାରୁ ଶୁଭେଚ୍ଛା ପ୍ରଦାନ କରୁଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe