ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ

ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଦେଶର ନୂଆ ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଗୁରୁବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସକାଳ ୧୦ଟାରେ ସେ ରେଳ ଭବନରେ ପହଞ୍ଚିଥିଲେ। ସେଠାରେ ବିଭାଗୀୟ ସଚିବ ଓ ବରିଷ୍ଠ ପଦାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସ୍ବାଗତ କରିଥିଲେ। ବିଧି ଅନୁସାରେ ରେଳ ବିଭାଗର ଦାୟିତ୍ବ ଶ୍ରୀ ବୈଷ୍ଣବଙ୍କୁ ହସ୍ତାନ୍ତର କରାଯାଇଥିଲା। ଦାୟିତ୍ବ ଗ୍ରହଣ କରିବା ପରେ ସେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ ମଧ୍ୟ କରିଥିଲେ।

ଦାୟିତ୍ବ ନେବା ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ, ରେଳ ମନ୍ତ୍ରାଳୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ଭିଜନ୍‌ ରହିଛି। ଏଥିପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେବେ। ଆଗାମୀ ଦିନରେ ରେଳୱେ ଆହୁରି ଉନ୍ନତି କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସେ କହିଥିଲେ, ରେଳବାଇ ପାଇଁ ତାଙ୍କର ଦୃଷ୍ଟିକୋଣ ହେଉଛି, ଲୋକଙ୍କର ଜୀବନରେ ପରିବର୍ତ୍ତନ ଆଣିବା। ସାଧାରଣ ଲୋକ, କୃଷକ ଓ ଗରିବ ଯେପରି ରେଳବାଇର ଲାଭପାଇବେ ସେ ଦିଗରେ ସେ କାମ କରିବେ। ରେଳ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶ୍ରୀ ବୈଷ୍ଣବ ସଂଚାର ଭବନ କାର୍ଯ୍ୟାଳୟରେ ଇଲେକଟ୍ରୋନିକ୍ସ, ଆଇଟି ଓ ଯୋଗାଯୋଗ ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିବା ସହିତ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe