Ashwini Vaishnaw: ‘ଏଆଇରେ ଭାରତ ଦ୍ବିତୀୟ ନୁହେଁ, ପ୍ରଥମ ଶ୍ରେଣୀର ଅର୍ଥନୀତି’

Advertisment
New Project (23)

AI Photograph: (Sambad.in)

ଡାଭୋସ୍‌: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତକୁ ଦ୍ବିତୀୟ ଶ୍ରେଣୀର ରାଷ୍ଟ୍ର କହିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜୋର୍ଜିଭାଙ୍କ ମନ୍ତବ୍ୟକୁ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖଣ୍ଡନ କରିଛନ୍ତି। କେଉଁ ଆଧାରରେ ଆଇଏମ୍‌ଏଫ୍‌ ଏହି ନିଷ୍କର୍ଷରେ ପହଞ୍ଚିଛି ତାହା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ ଯେ ଆଇଏମ୍‌ଏଫ୍‌ର ମାନଦଣ୍ଡ କଣ ମୁଁ ଜାଣିନାହିଁ। କିନ୍ତୁ ଏଆଇ ସାନ୍ଦ୍ରତା, ଏଆଇ ପ୍ରସ୍ତୁତି ଓ ଏଆଇ ପ୍ରତିଭା ଦୃଷ୍ଟିରୁ ଭାରତ ବିଶ୍ବର ତୃତୀୟ ସ୍ଥାନରେ ଥିବା ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ କହିଛି। ଭାରତ ଦ୍ବିତୀୟ ଶ୍ରେଣୀରେ ଆସୁଥିବା ନେଇ ଆଇଏମଏଫ୍‌ର ବର୍ଗୀକରଣ ଠିକ୍‌ ନୁହେଁ। ଭାରତ ସ୍ପଷ୍ଟ ଭାବେ ପ୍ରଥମ ଶ୍ରେଣୀରେ ରହିଛି ବୋଲି ଏକ ଆଲୋଚନାରେ ସେ କହିଥିଲେ। 

ଭାରତରେ ଏଆଇ ଗ୍ରହଣୀୟତାକୁ ବ୍ୟାପକ କରିବା ଏବଂ ଉନ୍ନତ ଏଆଇ କ୍ଷମତାର ଉପଲବ୍ଧତାକୁ ସାର୍ବଜନୀନ କରିବାର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଏକ ସରକାରୀ-ଘରୋଇ ସହଭାଗୀତା ମଡେଲ ମାଧ୍ୟମରେ ଜିପିୟୁ ଉପଲବ୍ଧତାର ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକକୁ ଦୂର କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ ଭାରତର ଦେଶବ୍ୟାପୀ ଏଆଇ ଦକ୍ଷତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହାର ଲକ୍ଷ୍ୟ ୧ କୋଟି ଲୋକଙ୍କୁ ତାଲିମ ଦେବା। ଏହାଦ୍ୱାରା ଭାରତର ଆଇଟି ଶିଳ୍ପ ଓ ଷ୍ଟାର୍ଟଅପ୍ ଘରୋଇ ଏବଂ ବିଶ୍ୱ ସେବା ପ୍ରଦାନ ପାଇଁ ଏଆଇକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିପାରିବେ ବୋଲି ସେ କହିଥିଲେ। ଆଲୋଚନା ସମୟରେ ଅନ୍ୟ ବକ୍ତାମାନେ ମଧ୍ୟ ବିଶ୍ୱ ଏଆଇ ଦୃଶ୍ୟପଟରେ ଭାରତର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ସ୍ୱୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe