ବାଗପତରେ ମହାଭାରତ ଯୁଗର ଜତୁଗୃହ ସ୍ଥଳ ଉତ୍‌ଖନନ ପାଇଁ ଏଏସ୍‌ଆଇର ସମ୍ମତି

ବାଗପତରେ ମହାଭାରତ ଯୁଗର ଜତୁଗୃହ ସ୍ଥଳ ଉତ୍‌ଖନନ ପାଇଁ ଏଏସ୍‌ଆଇର ସମ୍ମତି

Image Courtesy of India Today

ଲକ୍ଷ୍ନୌ: ମହାଭାରତ ଅମଳର ଜତୁଗୃହର ଭଗ୍ନାବଶେଷ ରହିଛି ବୋଲି ଦାବି କରାଯାଉଥିବା ଉତ୍ତର ଉତ୍ତରପ୍ରଦେଶ ଅନ୍ତର୍ଗତ ବାଗପତ ଜିଲ୍ଲାରେ କ୍ୟାମ୍ପ୍‌ ପକାଇବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସମ୍ମତି ପ୍ରଦାନ କରିଛି। ଜିଲ୍ଲାର ବର୍ଣ୍ଣାଓ୍ଵା ଅଞ୍ଚଳରେ ଥିବା ଏକ ସୁଡ଼ଙ୍ଗ ବାଟେ ଦେଇ ପାଣ୍ଡବମାନେ ଜତୁଗୃହରୁ ଖସି ଆସିଥିଲେ ବୋଲି ସ୍ଥାନୀୟ ଐତିହାସିକ ଏବଂ ଲୋକେ ଦାବି କରି ଆସୁଥିଲେ।

ସେଠାରେ ଥିବା କୁଦରେ କୌରବମାନେ ଗଢ଼ି ଥିବା ଜତୁଗୃହ ରହିଛି ବୋଲି କହୁଯାଉଛି।

ଏଏସ୍‌ଆଇର ଦୁଇ ପ୍ରାଧିକରଣ, ନୂଆଦିଲ୍ଲୀ ଲାଲ୍‌ କିଲ୍ଲାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଓଲଜି ଏବଂ ଏସ୍‌ଏସ୍‌ଆଇର ଉତ୍‌ଖନନ ଶାଖାକୁ ବାଗପତ୍‌ରେ କ୍ୟାମ୍ପ୍‌ ପକାଇବାର ଦାୟିତ୍ୱ ଦିଆଯାଇଛି।

ଏଏସ୍‌ଆଇର ନିର୍ଦେଶକ ଜିତେନ୍ଦ୍ରନାଥ କହିଛନ୍ତି: ପ୍ରସ୍ତାବଟିକୁ ଭଲଭାବେ ଅଧ୍ୟୟନ କରାଯିବା ପରେ ସେଠାରେ ଉତ୍‌ଖନନ ପାଇଁ ଲାଇସେନ୍‌ସ୍‌ ଦିଆଯାଇଛି। ଏଏସ୍‌ଆଇର ଦୁଇ ପ୍ରାଧିକରଣ ଉତ୍‌ଖନନ କାର୍ଯ୍ୟ ପରିଚାଳନା କରିବେ।

ଏହି ନୂତନ ସ୍ଥଳୀର ଧାର୍ମିକ ଦିଗ ଉପରେ କୌଣସି ମନ୍ତବ୍ୟ ଦେବାକୁ ସେ ଟିମ୍‌ର ସଦସ୍ୟମାନେ ମନା କରି ଦେଇଛନ୍ତି।
ଉତ୍‌ଖନନ ପ୍ରକ୍ରିୟାରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିବେ। ସେମାନେ କହନ୍ତି ଏହି ସ୍ଥଳ ୪୦୦୦ରୁ ୪୫୦୦୦ ବର୍ଷର ପୁରୁଣା। ୨୦୧୪ରେ ସେଠାରୁ ତମ୍ବା ମୁକୁଟ ପରିହିତ ଏକ ମାନବ କଙ୍କାଳ ମିଳିଥିଲା। ତା’ଛଡ଼ା ମାଳି ଓ ମାଟି ପାତ୍ର ମଧ୍ୟ ମିଳିଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe