ତାଜମହଲରେ ନାହିଁ କୌଣସି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ମନ୍ଦିର ଭାଙ୍ଗି ନିର୍ମାଣ ହୋଇନାହିଁ ଏହି ସ୍ମାରକୀ: ଏଏସଆଇ

Advertisment
ତାଜମହଲରେ ନାହିଁ କୌଣସି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ମନ୍ଦିର ଭାଙ୍ଗି ନିର୍ମାଣ ହୋଇନାହିଁ ଏହି ସ୍ମାରକୀ: ଏଏସଆଇ

ନୂଆଦିଲ୍ଲୀ:ତାଜମହଲରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ନେଇ ବିବାଦ ଚାଲିଥିବାବେଳେ ଆଜି ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ଏକ ଆରଟିଆଇର ଉତ୍ତରରେ କହିଛି ଯେ ମନ୍ଦିର ସ୍ଥଳରେ ତାଜମହଲ ନିର୍ମାଣ କରାଯାଇ ନାହିଁ କିମ୍ବା ବନ୍ଦ ଥିବା କୋଠରୀରେ କୌଣସି ଦେବାଦେବୀଙ୍କର ମୂର୍ତ୍ତି ନାହିଁ। ବାସ୍ତବରେ, ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଏସ ଗୋଖଲେ ତାଜମହଲକୁ ନେଇ ଆରଟିଆଇ ଦାଖଲ କରିଥିଲେ। ଟିଏମସି ନେତା ଆରଟିଆଇରେ ଏଏସଆଇକୁ ଦୁଇଟି ପ୍ରଶ୍ନ ପଚାରିଥିଲେ| ପ୍ରଥମ ପ୍ରଶ୍ନରେ ସେ ପୂର୍ବରୁ ମନ୍ଦିର ଥିବାବେଳେ ପରେ ତାଜମହଲ ନିର୍ମାଣ ହୋଇଛି କି ବୋଲି ପଚାରିଥିଲେ | ସେହିପରି ଦ୍ଵିତୀୟ ପ୍ରଶ୍ନରେ ତାଜମହଲରେ ବନ୍ଦ ଥିବା ୨୦ଟି କୋଠରୀରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଅଛି କି? ବୋଲି ପଚାରିଥିଲେ |

ଯାହାର ଉତ୍ତରରେ ଏଏସଆଇର କେନ୍ଦ୍ରୀୟ ଜନସମ୍ପର୍କ ଅଧିକାରୀ ମହେଶ ମୀନା କେବଳ ମନ୍ଦିର ଭାଙ୍ଗି ତାଜମହଲ ନିର୍ମାଣ ହୋଇନଥିବାର କହିଥିବାବେଳେ ବନ୍ଦ ଥିବା କୋଠରୀରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ନାହିଁ ବୋଲି ତଥ୍ୟରେ ଉଲ୍ଲେଖ କରିଛନ୍ତି । ଏହାପୂର୍ବରୁ ତାଜମହଲର ତଳ ମହଲାରେ ତାଲା ପଡିଥିବା ୨୨ଟି କୋଠରୀକୁ ନେଇ ପ୍ରଶ୍ନ ଉଠିଥିଲା |

ବାସ୍ତବରେ, ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ତାଜମହଲର ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ବିଜେପିର ଡକ୍ଟର ରଜନୀଶ କୁମାର ଯାଚିକା ଦାଖଲ କରିଥିଲେ | ଯାଚିକାରେ କୁହାଯାଇଥିଲା ଯେ କୋଠରୀ ଖୋଲାଯାଉ ଓ ସତ୍ୟ ସାମ୍ନାକୁ ଆସିବା ଉଚିତ | ଆଉ ଏହା ପରେ ଏଏସଆଇ ପକ୍ଷରୁ କୁହାଯାଇଥିଲା ଯେ ଏହି ବନ୍ଦ କୋଠରୀଗୁଡ଼ିକରେ ପ୍ଲାଷ୍ଟର ଏବଂ ନବୀକରଣ କାର୍ଯ୍ୟ କରାଯାଇଛି | ଏହି କାର୍ଯ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା | ଆଉ ଏଏସଆଇ ଏହି କୋଠରୀର ଫଟୋ ମଧ୍ୟ ପ୍ରକାଶ କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe