ଦୁବାଇ : ଏସିଆ କପରେ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି । ଆଇସିସି ପକ୍ଷରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନୀ ବୋଲର ହ୍ୟାରିସ୍ ରାଉଫଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନିଆଯାଇଛି । ଉଭୟଙ୍କ ମ୍ୟାଚ ଫିର ୩୦% କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ପରେ ଏବେ ହାରିସ୍ଙ୍କ ପିସିବି ମୁଖ୍ୟ ଜରିମାନା ଦେବେ ବୋଲି ଜଣାପଡ଼ିଛି।
ଏସିଆ କପ୍ ୨୦୨୫ରେ, ପାକିସ୍ତାନୀ କ୍ରିକେଟ୍ ଦଳ ଖେଳ ବ୍ୟତୀତ ଅନ୍ୟ କାରଣ ପାଇଁ ମଧ୍ୟ ଖବରର ଶିରୋନାମାରେ ଅଛନ୍ତି। ପାକିସ୍ତାନୀ ଦଳ ବହୁତ ସଂଘର୍ଷ ପରେ ଫାଇନାଲରେ ପହଞ୍ଚିଛି। ଏବେ ଟାଇଟଲ୍ ମ୍ୟାଚ୍ରେ ୨୮ସେପ୍ଟେମ୍ବର (ରବିବାର) ଦିନ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ ସହିତ ମୁକାବିଲା କରିବ ପାକିସ୍ତାନ। ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଛି। ଏବେ ଫାଇନାଲ୍ରେ କ’ଣ ଫଳାଫଳ ହେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଫାଇନାଲ ପୂର୍ବରୁ ପାକିସ୍ତାନୀ ଦଳକୁ ନେଇ ନାଟକ ଆରମ୍ଭ ହୋଇସାରିଛି। ପ୍ରଥମେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ରେ ଅଭିଯୋଗ ଦାଖଲ କରିଥିଲା। ଏବେ ଖବର ଆସିଛି ଯେ ଆଇସିସି ଅଧ୍ୟକ୍ଷ ମୋହସିନ୍ ନକଭି ଦ୍ରୁତ ବୋଲର ହାରିସ୍ ରୌଫଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ବ୍ୟକ୍ତିଗତ ଭାବରେ ଦେବାକୁ ଚାହୁଁଛନ୍ତି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ସମା ଟିଭି ର ଏକ ରିପୋର୍ଟରେ ଏହା ପ୍ରକାଶ କରାଯାଇଛି।
Asia Cup-2025
Follow Us