CNN.com
ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍ ଅଲ୍ଲୀ ଜର୍ଦ୍ଦାରିଙ୍କୁ ଆଜି ଗିରଫ କରାଯାଇଛି। ଲାଞ୍ଚ ଓ ଦୁର୍ନୀତି ଅଭିଯୋଗରେ ସେ ଗିରଫ ହୋଇଛନ୍ତି ବୋଲି ପାକିସ୍ତାନ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି। ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ପ୍ରବକ୍ତା ଜର୍ଦ୍ଦାରିଙ୍କ ଗିରଫ ଖବରକୁ ସ୍ପଷ୍ଟ କରିଛନ୍ତି। ଜର୍ଦ୍ଦାରିଙ୍କ ବିରୋଧରେ ଏନଏବି ଜାଲ ବ୍ୟାଙ୍କ ଆକାଉଣ୍ଟ ଏବଂ ମନି ଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିଲା। ଜର୍ଦ୍ଦାରିଙ୍କ ଗିରଫ ପରେ ବିରୋଧୀ ପାକିସ୍ତାନ ପିପୁଲ୍ସ ପାର୍ଟିକୁ ଶକ୍ତ ଧକ୍କା ଲାଗିଛି। ତେବେ ଏହି ଗିରଫ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପିପିପି ପକ୍ଷରୁ କୁହାଯାଇଛି। ଜର୍ଦ୍ଦାରି ହେଉଛିନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବେନଜିର ଭୁଟ୍ଟୋଙ୍କ ସ୍ବାମୀ। ୨୦୦୮ରେ ସେ ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ଦୁର୍ନୀତି ଏବଂ ହତ୍ୟା ଅଭିଯୋଗରେ ୧୧ ବର୍ଷ ଜେଲରେ କଟାଇଥିଲେ।
Follow Us