ଆପ୍‌ରୁ ଇସ୍ତଫା ଦେଲେ ଆଶିଷ ଖେତାନ୍‌

Advertisment
ଆପ୍‌ରୁ ଇସ୍ତଫା ଦେଲେ ଆଶିଷ ଖେତାନ୍‌

The Indian Express

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ନେଇ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି। ଆଜି ଦଳର ଜଣେ ଛାମୁଆ ନେତା ତଥା ସାମ୍ବାଦିକରୁ ରାଜନେତା ପାଲଟିଥିବା ଆଶିଷ ଖେତାନ ଦଳ ଛାଡ଼ିଥିବା ଜଣାପଡ଼ିଛି। ଏ ନେଇ ଖେତାନ ନିଜେ ଘୋଷଣା କରିଛନ୍ତି। ବର୍ତ୍ତମାନ ମୁହୂର୍ତ୍ତରେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁନଥିବା ଦର୍ଶାଇ ଆଶିଷ ଦଳ ଛାଡ଼ିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଅନ୍ୟତମ ନେତା ଆଶୁତୋଷ ତାଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe