Ask Nitish for the names of ministers, he won't tell: PK questions mental state Photograph: (sambad.in)
ପାଟନା: ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ) କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତାମତ ଦେଇଥିବା ପ୍ରଥମ ବ୍ୟକ୍ତି ଥିଲେ ତାଙ୍କ ସହଯୋଗୀ ସୁଶୀଲ କୁମାର ମୋଦୀ। ସେବେଠାରୁ ବିହାରର ଅନେକ ମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତାମତ ଦେଇଛନ୍ତି।
ମୁଁ ଜାନୁଆରି ପର୍ଯ୍ୟନ୍ତ ଏଥିରେ କୌଣସି ମନ୍ତବ୍ୟ ଦେଇ ନଥିଲି। କିନ୍ତୁ ବିପିଏସସି ପ୍ରତିବାଦ ସମୟରେ ମୁଁ ଜାଣିପାରିଲି, ନୀତିଶ କୁମାରଙ୍କ ମାନସିକ ଅବସ୍ଥା ଖରାପ ହୋଇଯାଇଛି। ସେ ଜାଣିପାରୁନାହାନ୍ତି ରାଜ୍ୟରେ କ'ଣ ଘଟୁଛି?
ସେମାନଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତୁରନ୍ତ ପରାମର୍ଶ ଆବଶ୍ୟକ। ତାଙ୍କର ରୋଗ ଦୁଃରାରୋଗ୍ୟ ହେବା ପୂର୍ବରୁ, ତାଙ୍କୁ ସମୟୋଚିତ ଏବଂ ଉପଯୁକ୍ତ ଚିକିତ୍ସା ମିଳିବା ଉଚିତ୍। ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପାଇଁ ଏବଂ ବିହାର ପାଇଁ ମଧ୍ୟ ଭଲ ହେବ। ଏହାକୁ ନେଇ ରାବ୍ରୀ ଦେବୀ ଏବଂ ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ।
ଅଧିକ ପଢ଼ନ୍ତୁ: ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ପଡ଼ିଆକୁ ପଶିଲା କୋହଲିଙ୍କ ଫ୍ୟାନ... ଭିଡିଓ ଭାଇରାଲ
Prashant kishore Nitish Kumar jan-suraaj
Follow Us