ଭୋଟିଂ ମେସିନ୍‌ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ

Advertisment

୨୧ ବିରୋଧୀ ଦଳଙ୍କ ପିଟିସନ୍‌, ଭିଭିପିଏଟି‌ର ୫୦% ଭୋଟ୍‌ ଗଣତି ବାଧ୍ୟତାମୂଳକ ଦାବି

୨୧ ବିରୋଧୀ ଦଳଙ୍କ ପିଟିସନ୍‌, ଭିଭିପିଏଟି‌ର ୫୦% ଭୋଟ୍‌ ଗଣତି ବାଧ୍ୟତାମୂଳକ ଦାବି

ଭୋଟିଂ ମେସିନ୍‌ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ଭିଭିପିଏଟିରେ ଜାଲିଆତି ହେଉଥିବା ଅଭିଯୋଗ କରି ଏବେ ୨୧ଟି ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ସେମାନେ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍‌ ଟ୍ରେଲ୍‌) ଦ୍ବାରା ୫୦ ପ୍ରତିଶତ ଭୋଟ୍‌ର ବ‌ାଧ୍ୟତାମୂଳକ ଗଣତି ଦାବି କରିଛନ୍ତି ବିରୋଧୀ ଦଳ। ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ। ଏହି ମାମଲାରେ ମୁଖ୍ୟ ଆବେଦନକାରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ। ଗତ ମାସରେ ମଧ୍ୟ ବିରୋଧୀଦଳମାନେ ନିର୍ବାଚନ କମିସନ୍‌ଙ୍କୁ ସାକ୍ଷାତ କରି ଇଭିଏମ୍‌ରେ ‌ହେରଫେର ହେଉଥିବା ଦାବି କରିଥିଲେ। ଅପରପକ୍ଷେ, ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ ସମସ୍ତ ଭିଭିପିଏଟିରେ ଆସିଥିବା ସଂଖ୍ୟାକୁ ଯାଞ୍ଚ କରାଯିବା ଉଚିତ୍‌ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ଉଲ୍ଲେଖ‌‌ଯୋଗ୍ୟ, ଗତ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିବା ଦିନ ନିର୍ବାଚନ କମିସନ ସ୍ପଷ୍ଟ କରିଥିଲେ ଯେ ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀର କେବଳ ଗୋଟିଏ ନିର୍ବାଚନ କେନ୍ଦ୍ରର ଇଭିଏମ୍‌ ଏବଂ ଭିଭିପିଏଟି ଯାଞ୍ଚ କରାଯିବ। ତେବେ ବିରୋଧୀ ଦଳଗୁଡ଼ିକ ଏଥିରେ ଏକମତ ନାହାନ୍ତି। ନିର୍ବା‌ଚନ ଫଳାଫଳ ଘୋଷଣା ପୂର୍ବରୁ ଭିଭିପିଏଟିର ୫୦ ପ୍ରତିଶତ ଭୋଟ୍‌ ଯାଞ୍ଚ ପାଇଁ ସେମାନେ ଦାବି କରିଛନ୍ତି। ସୂଚନା ଥାଉ କି, ଏଥର ଲୋକସଭା ନିର୍ବା‌ଚନ ୭ଟି ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ମେ’ ୧୯ରେ ଶେଷ ହେବାକୁ ଥିବା ବେଳେ ମେ’ ୨୩ରେ ଭୋଟ୍‌ ଫଳାଫଳ ଘୋଷଣା ହେବ। ସେହିପରି ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ୧୭.୪ ଲକ୍ଷ ଭିଭିପିଏଟି ମେସିନ୍‌ ବ୍ୟବହାର କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe