ମୋ ଧୈର୍ଯ୍ୟର‌ ରହସ୍ୟକୁ ନେଇ ଇଡି ଅଧିକାରୀ ପ୍ରଶ୍ନ କଲେ: ରାହୁଲ

Advertisment
ତୃତୀୟ ଦିନରେ ରାହୁଲଙ୍କୁ ଇଡି ଜେରା: ‘ୟଙ୍ଗ୍‌ ଇଣ୍ଡିଆନ୍‌ରୁ ଗୋଟିଏ ପଇସା ବି ନେଇନାହିଁ’

Telegraph India

ନୂଆଦିଲ୍ଲୀ : ନେସନାଲ ହେରାଲଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ଅଧିକାରୀମାନେ ୫ ଦିନରେ ୫୦ ଘଣ୍ଟାରୁ ଅଧିକ ସମୟ ଜେରା କରିଛନ୍ତି। ଶେଷ ଦିନ‌ରେ ରାହୁଲ ବିନା ବିରତିରେ ଲଗାତାର ୯ ଘଣ୍ଟା ଜେରାରେ ବସିଥିଲେ। ମାତ୍ର ଅଧ ଘଣ୍ଟାର ବିରତି ପରେ ରାହୁଲ ପୁଣିଥରେ ଜେରା ପାଇଁ ଆସିଥିଲେ। ତେବେ ଇଡି ଅଧିକାରୀମାନେ ରାହୁଲଙ୍କ ଧୈର୍ଯ୍ୟକୁ ନେଇ ତାଙ୍କୁ ପ୍ରଶ୍ନ କରିଥିଲେ ବୋଲି ସେ ନିଜେ ଗଣମାଧ୍ୟମକୁ କହିଛନ୍ତି। କିଭଳି ୧୦-୧୧ ଘଣ୍ଟା‌ ଜେରାରେ ବସି ପାରୁଛନ୍ତି। ଏତେ ‌ଧୈର୍ଯ୍ୟ ତାଙ୍କର କେଉଁଠୁ ଆସୁଛି । ‘ଏହାର ରହସ୍ୟକୁ ନେଇ ଇଡି ଅଧିକାରୀମାନେ ପ୍ରଶ୍ନ କରିଥି‌ଲେ ଏବଂ ମୁଁ ମଜାରେ ସେମାନଙ୍କୁ ବିପାସନା ଯୋଗ କରୁଥିବା କହିଥିଲି’ ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି, ଆପଣମାନେ ଭାବୁଥିବେ ଯେ ମୁଁ ଏକାକୀ କିଭଳି ଇଡି ଅଫିସରେ ଏତେ ସମୟ ବସିଲି। ମତେ ଲାଗୁଥିଲା ମୋ ସହିତ ଆପଣମାନେ ସମସ୍ତେ ଥିଲେ। ୨୦୦୪ରୁ ମୁଁ ଦଳ ପାଇଁ କାମ କରୁଛି। ସମସ୍ତ କଂଗ୍ରେସ ନେତା ଏଠାରେ ଉପସ୍ଥିତ ଅଛନ୍ତି। ଆମ ଦଳ ଆମକୁ ଧୈର୍ଯ୍ୟ କ’ଣ ଶିଖାଇଛି। କିନ୍ତୁ ବିଜେପିରେ ଧୈର୍ଯ୍ୟ ନାହିଁ। ବିଜେପିରେ କେବଳ ହାତ ଯୋଡ଼ି ମିଛ କହିବାକୁ ପଡ଼ିବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe