ଲଗେଜ୍‌ ପାଇଁ ଦେୟ ମାଗିବାରୁ ‘ବୋମା’ ଅଛି କହି ମୁମ୍ବାଇ ଏୟାର୍‌ପୋର୍ଟରେ ଗିରଫ ହେଲେ ମହିଳା ଯାତ୍ରୀ

Advertisment
ଲଗେଜ୍‌ ପାଇଁ ଦେୟ ମାଗିବାରୁ ‘ବୋମା’ ଅଛି କହି ମୁମ୍ବାଇ ଏୟାର୍‌ପୋର୍ଟରେ ଗିରଫ ହେଲେ ମହିଳା ଯାତ୍ରୀ

Image Courtesy of Times of India

ମୁମ୍ବାଇ: ଅତିରିକ୍ତ ଲଗେଜ୍‌ ପାଇଁ ଅଧିକ ଦେୟ ମାଗିବାରୁ ବ୍ୟାଗ୍‌ରେ ବୋମା ଅଛି କହି ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜଣେ ମହିଳା ଯାତ୍ରୀ ଗିରଫ ହୋଇ ପରେ ଜାମିନ୍‌ରେ ଛାଡ଼ପାଇଛନ୍ତି ବୋଲି ‘ଦି ଟାଇମସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ବ୍ୟବସାୟୀ ସ୍ବାମୀ ଓ ଦୁଇ ପିଲାଙ୍କ ସହିତ ଦକ୍ଷିଣ ମୁମ୍ବାଇରେ ବାସ କରୁଥିବା ୪୦ ବର୍ଷରୁ ଅଧିକ ବୟସ୍କା ଉକ୍ତ ମହିଳାଜଣକ ମାଆଙ୍କୁ ଦେଖାକରିବା ପାଇଁ ମେ ୨୯ ତାରିଖ ଦିନ କୋଲ୍‌କାତା ବାହାରିଥିଲେ।

ସନ୍ଧ୍ୟା ପ୍ରାୟ ୫.୩୦ରେ ଉକ୍ତ ମହିଳା ‘ସ୍ପାଇସ୍‌ଜେଟ୍‌’ ବ୍ୟାଗେଜ୍‌ ଚେକ୍‌-ଇନ୍‌ କାଉଣ୍ଟର୍‌ରେ ପହଞ୍ଚି ‘ବୋର୍ଡିଙ୍ଗ୍‌ ପାସ୍’ ମାଗିଥିଲେ। ଚେକ୍‌-ଇନ୍‌ ପାଇଁ ଦୁଇଟି ବ୍ୟାଗ୍‌ ମଧ୍ୟ ଦେଇଥିଲେ। ଦେଶ ଭିତରେ କୌଣସି ସ୍ଥାନକୁ ଯିବା ପାଇଁ ସାଥିରେ ସର୍ବାଧିକ ୧୫ କିଲୋ ଓଜନର ଗୋଟିଏ ବ୍ୟାଗ୍‌ ନେଇ ଯିବାକୁ ଏୟାର୍‌ଲାଇନ୍‌ସ୍‌ ଅନୁମତି ଥିବା ବେଳେ ମହିଳାଜଣକ ୨୨.୦୫ କିଲୋ ଓଜନର ୨ଟି ବ୍ୟାଗ୍‌ ଆଣିଥିଲେ। ଏଥିପାଇଁ ତାଙ୍କୁ ଅଧିକ ଦେୟ ଦେବାକୁ କୁହାଯିବାରୁ ‌ମହିଳାଜଣକ ଦେବାକୁ ମନା କରିଦେଲେ।

publive-image Image Courtesy of Times of India

ଏହି କଥାରୁ ସେ ମହିଳାଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଲା। ରାଗ ଓ ହତାଶାରେ ମହିଳାଜଣକ ଚିତ୍କାର କଲେ ଯେ, ତାଙ୍କ ବ୍ୟାଗ୍‌ରେ ବ‌ୋମା ଅଛି। ଏକଥା ଶୁଣି ଅନ୍ୟ ଯାତ୍ରୀ ଓ ଏୟାର୍‌ଲାଇନ୍‌ କର୍ମଚାରୀମାନେ ତାଙ୍କଠାରୁ ଦୂରେଇ ଗଲେ।

ବୋମା ବିଷୟରେ ସୂଚନା ଦେବାରୁ ତରୁନ୍ତ ‘ସିଆଇଏସ୍ଏଫ୍‌’ ସନ୍ଧାନୀ କୁକୁର ଆଣି ଅନୁସନ୍ଧାନ କରାଇଲେ। କିନ୍ତୁ, ସେ ମହିଳାଙ୍କ ବ୍ୟାଗ୍‌ ଭିତରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିଲା ନାହିଁ। ତେଣୁ, ସୁରକ୍ଷାକର୍ମୀମାନେ ସେ ମହିଳାଙ୍କୁ ପୁଲିସକୁ ହସ୍ତାନ୍ତର କଲେ।

ତହିଁ ଆର ଦିନ ସକାଳେ ତାଙ୍କୁ ଅଦଲତରେ ହାଜର କରାଗଲା। ଅଦାଲତ ତାଙ୍କୁ ଜାମିନରେ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe