ଅକ୍ଷୟ କୁମାରଙ୍କ ସହ ମୋଦୀଙ୍କ ନିଆରା ସାକ୍ଷାତକାର:ବିରୋଧୀ ଦଳରେ ମୋର ବହୁତ ବନ୍ଧୁ ଅଛନ୍ତି

Advertisment

ମମତା ଦିଦି ପ୍ରତିବର୍ଷ କୁର୍ତ୍ତା ପଠାଉଛନ୍ତି

ମମତା ଦିଦି ପ୍ରତିବର୍ଷ କୁର୍ତ୍ତା ପଠାଉଛନ୍ତି

ଅକ୍ଷୟ କୁମାରଙ୍କ ସହ ମୋଦୀଙ୍କ ନିଆରା ସାକ୍ଷାତକାର:ବିରୋଧୀ ଦଳରେ ମୋର ବହୁତ ବନ୍ଧୁ ଅଛନ୍ତି

pm_modi_with_akshay.j

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସରଗରମ ପରିବେଶ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ ସୁପର୍‌ ଷ୍ଟାର ଅକ୍ଷୟ କୁମାରଙ୍କ ସହ ଅଣ ରାଜନୈତିକ କଥାବାର୍ତ୍ତା କରିଛନ୍ତି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ, ପାରିବାରିକ ଏବଂ ରାଜନୈତିକ ଜୀବନ ସଂପର୍କରେ ଅକ୍ଷୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। କୌଣସି ପ୍ରଧାନମନ୍ତ୍ରୀଙ୍କ ଏଭଳି ସାକ୍ଷାତକାର ନେବାରେ ଅକ୍ଷୟ କୁମାର ହେଉଛନ୍ତି ବଲିଉଡ୍‌ର ପ୍ରଥମ ଅଭିନେତା। ଏନ୍‌ଆଇଏ ମାଧ୍ୟମରେ ନିଆଯାଇଥିବା ଏହି ସାକ୍ଷାତକାର ଆଜି ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି। ସାକ୍ଷାତକାର ସମୟରେ ଅକ୍ଷୟ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ- ଆପଣ ଚା’ ବିକ୍ରି କରୁଛନ୍ତି ଏବଂ ମୁଁ ୱେଟର ଥିଲି। ଉଭୟଙ୍କର କେହି ଗଡ୍‌ଫାଦର ନଥିଲେ। ଉଭୟ ନିଜ ଦମ୍‌ରେ ଲକ୍ଷ୍ୟ ହାସଲ କରିଥିଲେ।’ ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଅକ୍ଷୟ କୁମାରଙ୍କ ସହ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ସାଂପ୍ରତିକ ରାଜନୀତିରେ ପ୍ରବଳ ବିଦ୍ବେଷ ସତ୍ତ୍ବେ ବିରୋଧୀ ଦଳ ନେତାମାନଙ୍କ ସହିତ ତାଙ୍କର କିଭଳି ସୁସଂପର୍କ ରହିଛି ସେ ବାବଦରେ କିଛି ରୋଚକ କଥା କହିଛନ୍ତି। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତି ବର୍ଷ ତାଙ୍କ ପାଖକୁ ଥରେ ଦୁଇଥର କୁର୍ତ୍ତା ଏବଂ ମିଠା ପଠାଉଥିବା ମୋଦୀ କହିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ତାଙ୍କ ପାଖକୁ ମିଠା ପଠାଉଥିବା ଜାଣିବା ପରେ ମମତା ମଧ୍ୟ ବଂଗଳା ମିଠା ପଠାଇବା ଆରମ୍ଭ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମମତା ନିଜେ ଚୟନ କରିଥିବା କୁର୍ତ୍ତା ତାଙ୍କ ପାଖକୁ ପଠାଉଥିବା ମୋଦୀ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ସହ ତାଙ୍କର ବହୁତ ଭଲ ସଂପର୍କ ଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe