ଆକାଂକ୍ଷୀ ଜିଲ୍ଲାମାନଙ୍କୁ ମିଳିବ ୪ଜି ସେବା

Advertisment
ନଭେମ୍ବର ସୁଦ୍ଧା ୧୦ ଆକାଂକ୍ଷୀ ଜିଲ୍ଲାକୁ ୪ଜି ସେବା

livemint.com

ନୂଆଦିଲ୍ଲୀ : ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ସେବା ବଂଚିତ ୭୨୮୭ଟି ଗାଁକୁ ୪ଜି ମୋବାଇଲ ସେବା ପ୍ରଦାନ କରାଯିବ। ଏହି ପ୍ରକଳ୍ପ କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ବାରା ଅନୁମୋଦିତ ହୋଇଛି। ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ସମୟସୀମା ୨୦୨୨ ମେ ୨୦ରୁ ୧୮ ମାସର ସମୟ ସୀମା ଧାର୍ଯ୍ୟ ହୋଇଛି।

ଓଡ଼ିଶାର କୋରାପୁଟ ଜିଲ୍ଲାର ୫୨୦ଟି ଗାଁ’ ଓ ରାୟଗଡ଼ା ଜିଲ୍ଲାର ୯୬୨ଟି ଗାଁ’ରେ ଏହି ସେବା ମିଳିବ ବୋଲି କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe