ପୋଖରୀ ଭିତରକୁ ଖସିଲା ଯାତ୍ରୀ ବସ, ୭ ମୃତ, ୨୦ ଗୁରୁତର

ପୋଖରୀ ଭିତରକୁ ଖସିଲା ଯାତ୍ରୀ ବସ, ୭ ମୃତ, ୨୦ ଗୁରୁତର

ଗୌହାଟୀ: ଆସାମରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୌହାଟୀ ନିକଟରେ ‘ଆସାମ ରାଜ୍ୟ ସଡ଼କ ପରିବହନ ନିଗମ’ର ଏକ ଯାତ୍ରୀ ବସ ପୋଖରୀ ଭିତରକୁ ଖସି ପଡ଼ିବାରୁ ଏହି ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ପୋଖରି ଭିତରକୁ ପ୍ରବେଶ କରିଥିଲା। ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ରିପୋର୍ଟ ଅନୁସାରେ ଗୌହାଟୀ ଓ ମୁକାଲମୁଆ ମଝିରେ ଏହି ଦୟନୀୟ ଦୁର୍ଘଟଣା ଘଟିଛି। ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁସାରେ କାମ କରୁଛି।

ନିକଟରେ ବ୍ରହ୍ମପୁତ୍ର ନଦୀରେ ଡଙ୍ଗା  ବୁଡ଼ିଯିବାର ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ନିଖୋଜ ଥିଲେ। ଗୌହାଟୀ ନିକଟରେ ବ୍ରହ୍ମପୂତ୍ରରେ ଦେଶୀ ଡଙ୍ଗା ବିଡ଼ିଯିବାରୁ ଦୁର୍ଘଟଣା ଘଟିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe