Image Courtesy of NDTV
ଗୌହାଟୀ: ସଦ୍ଗୁରୁ ଜଗ୍ଗି ବାସୁଦେବ, ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ ଶର୍ମା କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ନାଇଟ୍ ଡ୍ରାଇଭ୍’ କରି ବନ୍ୟପ୍ରାଣୀ ସୁରକ୍ଷା ଆଇନ ଭଙ୍ଗ କରିଛନ୍ତି ବୋଲି ଦୁଇଜଣ ସାମାଜିକକର୍ମୀ କରିଥିବା ଅଭିଯୋଗକୁ ଆସାମର ମୁଖ୍ୟମନ୍ତ୍ରୀ ଅସ୍ବୀକାର କରିଛନ୍ତି।
ଶନିବାର ଦିନ, ନିର୍ଦ୍ଧାରିତ ପରିଦର୍ଶନ ସମୟଠାରୁ ଢେର୍ ବିଳମ୍ବରେ ଏକଶିଙ୍ଗିଆ ଭାରତୀୟ ଗଣ୍ଡାର ପାଇଁ ବିଖ୍ୟାତ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରବେଶ କରିଥିବା ଦର୍ଶାଇ ସଦ୍ଗୁରୁ, ଶର୍ମା ଏବଂ ବରୁଆଙ୍କ ନାଁରେ ଆସାମର ଦୁଇଜଣ ସାମାଜିକକର୍ମୀ ଥାନାରେ ଅଭିଯୋଗ କରିଛନ୍ତି।
ସାମାଜିକକର୍ମୀମାନେ ଅଭିଯୋଗ କରିଥିଲେ କି, ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବା ଏବଂ ତାଙ୍କର ବାସଭୂଇଁକୁ ଆପାତତଃ ଅକ୍ଷୁଣ୍ଣ ରିଖିବା ପାଇଁ ନିର୍ଦ୍ଧାରିତ ସମୟ ପରେ ଜାତୀୟ ଉଦ୍ୟାନ ମଧ୍ୟକୁ ‘ସଫାରି ଟୁର୍’ ମନା ବୋଲି ‘ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨’ରେ ଉଲ୍ଲେଖ ଅଛି।
Image Courtesy of Zee Newsସାମାଜିକ ଗଣମାଧ୍ୟମ ଓ ଆଞ୍ଚଳିକ ଟିଭି ଚାନେଲ୍ରେ ପ୍ରସାରିତ ଭିଡିଓରେ ଦେଖାଯାଉଛି କି, ଶର୍ମା ଓ ବରୁଆଙ୍କୁ ନେଇ ସଦ୍ଗୁରୁ ଗୋଟାଏ ଖୋଲା ସଫାରି ‘ଏସ୍ୟୁଭି’ ଚଳାଉଛନ୍ତି।
ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, କିଛି ଉଲ୍ଲଂଘନ କରାଯାଇନି। ବନ୍ୟପ୍ରାଣୀ ଆଇନ ଅନୁସାରେ, ରାତିରେ ମଧ୍ୟ ସୁରକ୍ଷିତ ଅଞ୍ଚଳ ମଧ୍ୟକୁ ଯିବା ପାଇଁ ୱାର୍ଡେନ୍ ଅନୁମତି ଦେଇ ପାରିବେ। ରାତିରେ ଲୋକଙ୍କୁ ସେଠାକୁ ଯିବା ପାଇଁ କୌଣସି ଆଇନ ବାଧା ଦିଏ ନାହିଁ। ଗତକାଲି, ଚଳିତ ଋତୁ ପାଇଁ ଔପଚାରିକ ଭାବେ ଆମର ଉଦ୍ୟାନ ଖୋଲିବାର କାର୍ଯ୍ୟକ୍ରମ ଥିଲା। ସେତେବେଳେ, ସଦ୍ଗୁରୁ ଓ ଶ୍ରୀ ଶ୍ରୀ ରବିଶଙ୍କର ପହଞ୍ଚିଥିଲେ। ସେମାନଙ୍କର ଲକ୍ଷ ଲକ୍ଷ ଅନୁଗାମୀ ଥିବାରୁ ଆମର ମନେହେଲା କାଜିରଙ୍ଗା ପାଇଁ ଏଥରର ପର୍ଯ୍ୟଟନ ସମୟ ଖୁବ୍ ଭଲ ହେବ।
କିନ୍ତୁ, ଗୋଲାଘାଟ ଜିଲ୍ଲା ପୁଲିସରେ ଅଭିଯୋଗ ଦାଏର କରିଥିବା ସାମାଜିକକର୍ମୀ ସୋନେୱାର୍ ନରାହ୍ ଏବଂ ପ୍ରବୀଣ ପେଗୁ କହିଛନ୍ତି ଯେ, ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ‘ଏଫ୍ଆଇଆର୍’ ପଞ୍ଜୀକରଣ ହୋଇ ନ ଥିଲେ ବି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରାଯାଇଛି।
Follow Us