ଆସାମ: ପିଲାଚୋର ସନ୍ଦେହରେ ଉତ୍ୟକ୍ତ ଜନତା ୩ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରିବାକୁ ବସିଥିବା ବେଳେ ସେମାନଙ୍କୁ ବଞ୍ଚାଇଲେ ସେନା ଓ ପୁଲିସ୍‌

Advertisment
ଆସାମ: ପିଲାଚୋର ସନ୍ଦେହରେ ଉତ୍ୟକ୍ତ ଜନତା ୩ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରିବାକୁ ବସିଥିବା ବେଳେ ସେମାନଙ୍କୁ ବଞ୍ଚାଇଲେ ସେନା ଓ ପୁଲିସ୍‌

ଗୌହାଟି (ଆସାମ): ପିଲାଚୋର ସନ୍ଦେହରେ ଉତ୍ୟକ୍ତ ଜନତା ତିନି ଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରିବାକୁ ଯାଉଥିବା ବେଳେ ସେମାନଙ୍କୁ ସେନା ଓ ପୁଲିସ ମିଶି ଉତ୍ୟକ୍ତ ଜନତାଙ୍କ କବଳରୁ ରକ୍ଷା କରିବା ସହ ମରଣ ମୁହଁରୁ ବଞ୍ଚାଇଛନ୍ତି। ଏହି ଘଟଣା ଘଟିଛି, ଆସାମର ଦିମା ହାସାଓ ଜିଲ୍ଲା ଅଧୀନସ୍ଥ ମହୁର ରେଳ ଷ୍ଟେସନ ସମ୍ମୁଖରେ।

publive-image

ଜିଲ୍ଲା ପ୍ରଶାସନ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତକାଲି ମଧ୍ୟାହ୍ନରେ କିଛି ସ୍ଥାନୀୟ ଲୋକେ ସଂଘବଦ୍ଧ ହୋଇ ପିଲାଚୋର ସନ୍ଦେହରେ ତିନିଜଣ ସାଧୁଙ୍କୁ ମହୁର ରେଳ ଷ୍ଟେସନ ସମ୍ମୁଖରେ ଘେରିଥିଲେ। ପରେ ସଂଘବଦ୍ଧ ଜନତା ଉତ୍ୟକ୍ତ ହୋଇ ସାଧୁମାନଙ୍କ ଜିନିଷ ପତ୍ରକୁ ଏଣେତେଣେ ଫୋପାଡ଼ିବା ସହ ଆଇନ୍‌କୁ ହାତକୁ ନେଇ ସେମାନଙ୍କୁ ପିଟିପିଟି ହତ୍ୟା କରିବାକୁ ବସିଥିଲେ। ଏବଂ ପୂରା ଘଟଣାକ୍ରମର ଭିଡିଓ ଚିତ୍ର ଉତ୍ତେଳନ କରିବା ସହ ତାକୁ ସୋସିଆଲ ମିଡିଆରେ ସେୟାର କରିବାକୁ ବସିଥିଲେ। ତେବେ, ଏହି ଘଟଣା ସଂପର୍କରେ ଖବର ପାଇବା ପରେ ଘଟଣାସ୍ଥଳ ଠାରୁ ଅଳ୍ପ ଦୂରରେ ମୁତୟନ ଥିବା ସେନା ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସାଧୁମାନଙ୍କୁ ଉତ୍ୟକ୍ତ ଜନତାଙ୍କ କବଳରୁ ରକ୍ଷା କରିବା ସହ ସେମାନଙ୍କ ଜୀବନକୁ ବଞ୍ଚାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe