ବହୁ ଦଶନ୍ଧି ପୁରାତନ ସୀମା ବିବାଦର ସମାଧାନ ପାଇଁ ରାଜି ହେଲେ ଆସାମ ଓ ଅରୁଣାଚଳ ପ୍ରଦେଶ

Advertisment
ବହୁ ଦଶନ୍ଧି ପୁରାତନ ସୀମା ବିବାଦର ସମାଧାନ ପାଇଁ ରାଜି ହେଲେ ଆସାମ ଓ ଅରୁଣାଚଳ ପ୍ରଦେଶ

Image Courtesy of NDTV

ନାମସାଇ (ଅରୁଣାଚଳ ପ୍ରଦେଶ): ଦୁଇ ରାଜ୍ୟ ମଧ୍ୟରେ ଥିବା ବହୁ ଦଶନ୍ଧି ପୁରାତନ ସୀମା ବିବାଦର ସମାଧାନ ନିମନ୍ତେ ଶୁକ୍ରବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏବଂ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏକ ରାଜିନାମାରେ ସ୍ବାକ୍ଷର କରିଛନ୍ତି।

ଅରୁଣାଚଳ ପ୍ରଦେଶର ନାମସାଇରେ ଆୟୋଜିତ ବୈଠକ ପରେ ଟୁଇଟ୍‌ କରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଲେଖିଛନ୍ତି, ୧୨୩ ପରିବର୍ତ୍ତେ ବିବାଦୀୟ ଗ୍ରାମର ସଂଖ୍ୟା ୮୬ରେ ରଖିବା ଲାଗି ଆମେ ନିଷ୍ପତ୍ତି ନେଇଛୁ। ଆମର ସାମ୍ପ୍ରତିକ ସୀମାରେଖାକୁ ଆଧାର କରି ୨୦୨୨ ସେପ୍ଟେମ୍ବର ୧୫ ସୁଦ୍ଧା ବାକି ସୀମା ବିବାଦ ସମାଧାନ କରିବା ଲାଗି ଆମେ ଚେଷ୍ଟା କରିବୁ।

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ମଧ୍ୟ ଟୁଇଟ୍‌ କରି ରାଜିନାମା କଥା ଉଲ୍ଲେଖ କରିଛନ୍ତି।

publive-image Image Courtesy of Deccan Chronicle

ପୂର୍ବରୁ ଜାନୁଆରି ୨୪ ଏବଂ ପୁଣି ଏପ୍ରିଲ୍‌ ୨୦‌ରେ ଦୁଇ ନେତା ପରସ୍ପରକୁ ଭେଟିଥିଲେ। ‘୨୦୦୭ ଲୋକାଲ୍‌ କମିସନ୍‌’ ପୂର୍ବରୁ ଉତ୍ଥାପିତ ସୀମା ବିବାଦ ମଧ୍ୟରେ ଆସାମ ଓ ଅରୁଣାଚଳ ପ୍ରଦେଶର ହୋଇଥିବା ସମସ୍ତ ସୀମା ବିବାଦ ସୀମିତ ରହିବ ବୋଲି ଉକ୍ତ ଦୁଇ ବୈଠକରେ ସ୍ଥିର ହୋଇଥିଲା।

ସୀମାନ୍ତରେ ଥିବା ବିବାଦୀୟ ଗ୍ରାମର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ନିମନ୍ତେ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ନେତୃତ୍ବରେ ୧୨ଟି ଆଞ୍ଚଳିକ କମିଟି ଗଠନ ପାଇଁ ମଧ୍ୟ ସ୍ଥିର କରାଯାଇଥିଲା।

ବାକି ୩୭ଟି ବିବାଦୀୟ ଗ୍ରାମରୁ ଅରୁଣାଚଳ ପ୍ରଦେଶ ତା’ର ସାମ୍ବିଧାନିକ ସୀମା ମଧ୍ୟରେ ୨୮ଟି ଗାଁ ରଖିବ ବୋଲି ଶୁକ୍ରବାର ବୈଠକରେ ଉଭୟ ନେତା ରାଜି ହୋଇଛନ୍ତି। ଆସାମରେ ତା’ର ୩ଟି ଗ୍ରାମ ଅଛି ବୋଲି ଅରୁଣାଚଳ ପ୍ରଦେଶ ଯେଉଁ ଦାବି କରୁଥିଲା, ତାହାକୁ ସେ ପ୍ରତ୍ୟାହାର କରିନେଇଛି। ବାକି ୬ଟି ଗ୍ରାମ ମଧ୍ୟ ଆସାମରେ ରହିବ ନାହିଁ ବୋଲି ଉକ୍ତ ରାଜିନାମାରେ ଉଲ୍ଲେଖ ଅଛି। ସେଗୁଡ଼ିକୁ ଅରୁଣାଚଳ ପ୍ରଦେଶରେ ସାମିଲ କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe