ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଆସିଥିଲେ, ପାଣି ଦେଖିବା ପରେ କାନ୍ଧୁଅ ହୋଇ ପାର ହେଲେ ବିଧାୟକ

Advertisment
ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଆସିଥିଲେ, ପାଣି ଦେଖିବା ପରେ କାନ୍ଧୁଅ ହୋଇ ପାର ହେଲେ ବିଧାୟକ

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଏବେ ବିଗିଡିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଡିବ୍ରୁଗଡ ଏବଂ ଦିମା ହସାଓ ସମେତ ୨୬ଟି ଜିଲ୍ଲାରେ ବନ୍ୟା ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ କେରଳର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବନ୍ୟା ଜଳରୁ ରକ୍ଷା ପାଇବା ପାଇଁ ବିଜେପି ବିଧାୟକ ଜଣେ କର୍ମଚାରୀଙ୍କ ପିଠିରେ କାନ୍ଧୁଅ ହୋଇ ଶୁଖିଲା ସ୍ଥାନକୁ ଯାଉଛନ୍ତ। ଏଏନଆଇ ରିପୋର୍ଟ ଅନୁଯାୟୀ, ଯେତେବେଳେ ଲୁମ୍ଡିଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ସିବୁ ମିଶ୍ରା ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଆସିଥିଲେ। ଯିବା ବାଟରେ ପାଣି ପଡ଼ିବାରୁ ସେ ଚାଲି ଚାଲି ନଯାଇ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ପିଠିରେ କାନ୍ଧୁଅ ହୋଇ ଆରପଟେ ଥିବା ଡଙ୍ଗା ପାଖକୁ ଯାଇଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଭାଇରାଲ ହେବା ପରେ ଟ୍ବିଟ କରି କଂଗ୍ରେସ ବିଜେପିକୁ ଟା‌ର୍ଗେଟ କରିଛି। ଆସାମ କଂଗ୍ରେସ ଗୁରୁବାର ଦିନ ବିଧାୟକଙ୍କ ଭିଡିଓ ଟୁଇଟ୍ କରି ଲେଖିଛି ଯେ, “ମୋର ଯୋତାଗୁଡିକ ବହୁତ ଦାମୀ। ମୁଁ କାଦୁଅରେ ନଯାଇ କାନ୍ଧୁଅ ହୋଇ ଯିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe