ରାହୁଲ ଗାନ୍ଧୀ ‘ମଡର୍ଣ୍ଣ୍ ଡେ ଜିନ୍ନା’: ଆସାମ ମୁଖ୍ୟମନ୍ତ୍ରୀ

Advertisment
ରାହୁଲ ଗାନ୍ଧୀ ‘ମଡର୍ଣ୍ଣ୍ ଡେ ଜିନ୍ନା’: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ରାହୁଲ ଗାନ୍ଧୀଙ୍କୁ ‘ମଡର୍ଣ୍ଣ୍ ଡେ ଜିନ୍ନା’(ବର୍ତ୍ତମାନ ସମୟର ଜିନ୍ନା) କହି ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ପାକିସ୍ତାନ ମାଟିରେ ଭାରତ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ରାହୁଲ ଗାନ୍ଧୀ ପ୍ରମାଣ ଦେବାକୁ କହିଥିବା କଥାକୁ ମନେ ପକାଇ ଶର୍ମା ଗତକାଲି ମଧ୍ୟ ଗାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ସେ ଉତ୍ତରାଖଣ୍ଡରେ ବିଜେପିର ଏକ ନିର୍ବାଚନୀ ରାଲିରେ ରାହୁଲଙ୍କ ଗାନ୍ଧିଙ୍କ ଉପରେ କଡା ବାକ୍ୟ ପ୍ରୟୋଗ କରିଥିଲେ। ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣ ପ୍ରକୃତରେ ରାଜୀବ ଗାନ୍ଧୀଙ୍କ ପୁଅ କି ନାହିଁ, ଆମେ କେବେ ପଚାରିଛୁ କି ?

ହିମନ୍ତ ଶର୍ମା ଗତକାଲି ଦେଇଥିବା ଟିପ୍ପଣୀକୁ ଆଜି ବୁଝାଇବାକୁ ଚେଷ୍ଟା କରି କହିଥିଲେ, ଆମର ସୈନିକମାନେ ଶତ୍ରୁଙ୍କ ମାଟିରେ କୌଣସି ବି କାର୍ଯ୍ୟାନୁଷ୍ଠାନ କରିବାକୁ ଯିବା ପୂର୍ବରୁ ଗୋଟିଏ ମାସର ଯୋଜନା ପ୍ରସ୍ତୁତ କରିଥାନ୍ତି। ଏଗୁଡିକ ଯୁଦ୍ଧ ରଣନୀତିର ଅଂଶବିଶେଷ। କାର୍ଯ୍ୟାନୁଷ୍ଠାନ ପରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିବା ପରେ ଆମକୁ ଏହା ବିଷୟରେ ଜଣାପଡିଥାଏ। ଯଦି କେହି ଏହି କାର୍ଯ୍ୟାନୁଷ୍ଠାନର ପ୍ରମାଣ ମାଗେ ତେବେ ଆପଣମାନେ ଭାବନ୍ତୁ ଜବାନମାନଙ୍କୁ କେତେ କଷ୍ଟ ହେଉଥିବ।

ଏବେ ହିମନ୍ତ ବିଶ୍ଵ ଶର୍ମା ରାହୁଲ ଗାନ୍ଧୀଙ୍କ ତୁଳନା ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ସହିତ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାଷାଗୁଡିକ ୧୯୪୭ ମସିହା ପୂର୍ବର ମହମ୍ମଦ ଅଲି ଜିନ୍ନାଙ୍କ ଭାଷା ଭଳି। ଗୋଟିଏ ପ୍ରକାରରେ ରାହୁଲ ଗାନ୍ଧୀ ଆଧୁନିକ ଜିନ୍ନାଙ୍କ ଭଳି।

ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ବିରୋଧ କରି କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଗୁଆହାଟୀରେ ବିକ୍ଷୋଭ କରିଥିଲେ ଓ ହିମନ୍ତ ବିଶ୍ଵ ଶର୍ମାଙ୍କ କୁଶପୁତ୍ତଳିକା ଜଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe