ମଣିପୁର ପ୍ରସଙ୍ଗରେ କଂଗ୍ରେସକୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଜବାବ : ସମାଧାନ ହୃଦୟରୁ ଆସିବା ଉଚିତ, ବନ୍ଧୁକରୁ ନୁହେଁ

ମଣିପୁର ପ୍ରସଙ୍ଗରେ କଂଗ୍ରେସକୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଜବାବ : ସମାଧାନ ହୃଦୟରୁ ଆସିବା ଉଚିତ, ବନ୍ଧୁକରୁ ନୁହେଁ

Hindustan Times

ନୂଆଦିଲ୍ଲୀ: ସେନାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଅପମାନିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ପରେ ବିଶ୍ବଶର୍ମା ଏହାର ଜବାବ ରଖିଛନ୍ତି। ଏକ୍ସ (ପୂର୍ବର ଟ୍ବିଟର)ରେ ପୋଷ୍ଟ କରି ରବିବାର ବିଶ୍ବ ଶର୍ମା ତାଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିବା ସହିତ ମଣିପୁର ପ୍ରସଙ୍ଗରେ ଏକ କ୍ଲିପ ସେୟାର କରିଛନ୍ତି। ସେହି କ୍ଲିପରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ଉପରେ ଏକ ପ୍ରଶ୍ନ ପଚରାଯାଇଥିଲା। ମଣିପୁରରେ ଯାହାସବୁ ଘଟୁଛି ଭାରତୀୟ ସେନା ଦୁଇଦିନରେ ତାହାକୁ ରୋକିପାରିବେ ବୋଲି ରାହୁଲ ଗାନ୍ଧି କହିଥିଲେ। ଏଥିସହିତ ରାହୁଲ କହିଥିଲେ ପ୍ରଧାନମନ୍ତ୍ରୀ ମଣିପୁର ନଯାଇ ପାରିବାର କାରଣ ରହିଛି। ମୁଁ ସେଗୁଡ଼ିକ ସର୍ବସାଧାରଣରେ କହିବାକୁ ଚାହେନାହିଁ।

‌ ତେବେ ଶ୍ରୀ ବିଶ୍ବ ଶର୍ମା କହିଛନ୍ତି ଏହା ଭୁଲ କଥା। ଭାରତୀୟ ବାୟୁସେନା ଆଇଜଲରେ ତାହା କରିଥିଲା। ସେମାନେ ବୋମା ପକାଇଥିଲେ ଏବଂ ହିଂସା କମି ଯାଇଥିଲା। ଆଜି ରାହୁଲ ଗାନ୍ଧି କହୁଛନ୍ତି ଭାରତୀୟ ସେନା ହିଂସାକୁ ବନ୍ଦ କରିବା ଉଚିତ। ଅର୍ଥାତ ସେନା ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇବା ଉଚିତ। ଏହା ତାଙ୍କ ପରାମର୍ଶ ତ? ସେ ଏପରି କିଭଳି କହିପାରୁଛନ୍ତି? ସେନା କିଛି ସମାଧାନ କରିବାରେ ସମର୍ଥ ହେବନାହିଁ। କୌଣସି ଏକ ପରିସ୍ଥିତିରେ ସେନା କେବଳ ସାମୟିକ ଶାନ୍ତି ଆଣିପାରିବ। କିନ୍ତୁ ସମାଧାନ ହୃଦୟରୁ ଆସିବା ଉଚିତ, ବନ୍ଧୁକରୁ ନୁହେଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ ବିଶ୍ବ ଶର୍ମା ରାହୁଲଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଦେଶ ଭିତରେ ‌ଶାନ୍ତି ପ୍ରତିଷ୍ଠା କରିବା ସେନାର ମୂଳ କାର୍ଯ୍ୟ ନୁହେଁ। ଦେଶକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ହେଉଛି ସେନାର କାର୍ଯ୍ୟ। ଏଥିସହିତ ସେ କହିଛନ୍ତି, ଆପଣଙ୍କ ରାଜ ପରିବାରର ଇତିହାସ ରହିଛି ଆମ ଲୋକଙ୍କ ଉପରେ ସେନାକୁ ବ୍ୟବହାର କରିବା ଏବଂ ଗୁଳି ଚଳାଇବା। ଏହା ୧୯୬୬ରେ ଆଇଜଲରେ ହେଉ କିମ୍ବା ୧୯୮୪ରେ ପବିତ୍ର ଅକଲ ତଖତରେ ହେଉ, ଯାହାର ଯନ୍ତ୍ରଣା ଏବଂ କଷ୍ଟ ଆଜି ପର୍ଯ୍ୟନ୍ତ ରହିଛି ବୋଲି ବିଶ୍ବ ଶର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe