୨ କୋଟି ଟଙ୍କାର ଡ୍ରଗ୍ସରେ ନିଆଁ ଲଗାଇଲେ ଆସାମ ମୁଖ୍ୟମନ୍ତ୍ରୀ

୨ କୋଟି ଟଙ୍କାର ଡ୍ରଗ୍ସରେ ନିଆଁ ଲଗାଇଲେ ଆସାମ ମୁଖ୍ୟମନ୍ତ୍ରୀ

photo-abp news

ଗୌହାଟୀ: ୨ କୋଟି ଟଙ୍କାର ଡ୍ରଗ୍ସ ଓ ନିଶା ଔଷଧରେ ନିଆଁ ଲଗାଇଲେ ଆସାମ ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ପୋଡି ପାଉଁଶ ହୋଇଯାଇଛି। ଡ୍ରଗ୍ସ ମୁକ୍ତ ଆସାମକୁ ସୁନିଶ୍ଚିତ କରିବା ପାଇଁ ଆସାମ ପୁଲିସ ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣ ଉପରେ ବ୍ୟାପକ କଟକଣା ଜାରି କରାଯାଇଛି। ଏହି ଦୁଇ କୋଟି ଟଙ୍କାର ଡ୍ରଗ୍ସ ମଧ୍ୟରେ ୧.୦୨୫ କିଲୋଗ୍ରାମ ହେରୋଇନ୍ , ୧୨୦୦ କିଲୋଗ୍ରାମ ଗଂଜେଇ , ୩ କିଲୋଗ୍ରାମର ଅଫିମ ପୋଡି ଦିଆଯାଇଛି।

ସୂଚନା ମୁତାବକ ଦୁଇ ଦିନ ତଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘୋଷଣା କରିଥିଲେ ଯେ ଜବତ ହୋଇଥିବା ଡ୍ରଗ୍ସକୁ ଜୁଲାଇ ୧୭ ଏବଂ ଜୁଲାଇ ୧୮ ରେ ଗୋଲାଘାଟ, ଦିଫୁ, ନାଗାଓଁ ଏବଂ ହୋଜାଇରେ ସର୍ବସାଧାରଣରେ ପୋଡି ଦିଆଯିବ।

ଆସାମର ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯୁବକମାନଙ୍କ ଦ୍ୱାରା ନିଶା ସେବନ ଏବଂ କାରବାର ଯୋଗୁଁ ଆସାମ, ପଞ୍ଜାବ ଭଳି ହେବାକୁ ଯାଉଛି । ଆମେ ପଞ୍ଜାବରେ ନିଶା ସେବନର ଗୁରୁତର ସମସ୍ୟା ବିଷୟରେ ଶୁଣିଛୁ। କିନ୍ତୁ ଗତ ଦୁଇ ମାସ ମଧ୍ୟରେ ଆମର ଡ୍ରଗ୍ ବିରୋଧୀ ଅଭିଯାନରୁ ଜଣାପଡିଛି ଯେ ଆମ ରାଜ୍ୟ ମଧ୍ୟ ଡ୍ରଗ୍ସ କବଳକୁ ଧୀରେ ଧୀରେ ଚାଲିଯାଉଛି । ତେଣୁ ଏହାକୁ ଅଟକାଇବାକୁ ଡ୍ରଗ୍ସ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe