ଆସାମ  ହିଂସା ପଛରେ ପିଏଫଆଇ : ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ଇସାରା

Advertisment
ଆସାମ  ହିଂସା ପଛରେ ପିଏଫଆଇ : ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ଇସାରା

image credit : @himantabiswa

ଗୁଆହାଟୀ : ଆସାମରେ ହୋଇଥିବା  ହିଂସା ପଛରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ହାତ ଥିବା ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ।

ଶନିବାର ସେ କହିଛନ୍ତି ଯେ, ସିପାଝର ଅଞ୍ଚଳରେ ୬୦ଟି ପରିବାରକୁ ଉଚ୍ଛେଦ କରିବାକୁ ପ୍ରଶାସନ ଯାଇଥିଲା । କିନ୍ତୁ ସେଠାରେ ୧୦ ହଜାର ଲୋକ ଥିଲେ । କିଏ ସେମାନଙ୍କୁ ଆଣିଥିଲା ? ଏହି ଘଟଣାରେ ପିଏଫଆଇର ନାଁ ଆସୁଛି । କିନ୍ତୁ ଏବେ ବିଚାର ବିଭାଗୀୟ ତଦନ୍ତ ଚାଲୁଥିବାରୁ ଆଉ ଅଧିକ କିଛି କହିବା ଠିକ ନୁହେଁ ।

ସୂଚନାଯୋଗ୍ୟ ଗତ ଗୁରୁବାରଦିନ ଦାରଙ୍ଗ ଜିଲ୍ଲାର ସିପାଝର ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ଜବର ଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବାବେଳେ ସ୍ଥାନୀୟ ଲୋକ ପୁଲିସ ସହ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ୨ ଜଣ ମୃତ୍ୟୁବରଣ କରିବା ସହ ୨୦ ଜଣ ଆହତ ହୋଇଥିଲେ ।

ପ୍ରାୟ ୬୦ଟି ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀ ପରିବାର ରହୁଥିବା ୬୦୧ ହେକ୍ଟର ସରକାରୀଜମିକୁ ଜବରଦଖଲମୁକ୍ତ କରିବାକୁ ପ୍ରଶାସନିକ ଅଧିକାରୀମାନେ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe