Business Today
ଗୌହାଟୀ : ଆସାମରେ ବନ୍ୟା ସ୍ଥିତି ଅତି ଭୟଙ୍କର ରୂପ ନେଉଛି। ବୁଧବାର ଦିନ ବନ୍ୟା ଜନିତ କାରଣ ଯୋଗୁଁ ପୁଣି ୭ ଜଣଙ୍କ ମୃତ୍ୟୁ ହୋଇଛି। ୩୩ଟି ଜିଲ୍ଲାରେ ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ଏଯାବତ୍ ମୋଟ୍ ୯୯ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟାରେ ୬୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭୂସ୍ଖଳନରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଗତ କିଛି ସପ୍ତାହ ଧରି ଆସାମରେ ପ୍ରବଳ ବର୍ଷା ହେଉଥିବାରୁ ଆସାମରେ ଭୟଙ୍କର ବନ୍ୟା ଆସିଛି। ବର୍ଷା ଏବଂ ବନ୍ୟା ଜଳରେ ୩୩୭୧ ଗ୍ରାମ ଜଳମଭ୍ନ ହୋଇଯାଇଛି। ବ୍ରହ୍ମପୂତ୍ର ନଦୀ ଅନେକ ସ୍ଥାନରେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ବନ୍ୟାଜଳ ପ୍ରଭାବିତ ଜିଲ୍ଲାମାନଙ୍କରେ ୧.୨୮ ଲକ୍ଷ ହେକ୍ଟର ଚାଷଜମିକୁ ବୁଡ଼ାଇ ଦେଇଛି।
Follow Us