ଆସାମରେ ବନ୍ୟା ୫.୦୩ ଲକ୍ଷ ଜନତା ପ୍ରଭାବିତ: ଘରେ ପାଣି ପଶିଥିବାରୁ ଅନେକେ ରାଜପଥରେ ଆଶ୍ରୟ ନେଇଛନ୍ତି

ଆସାମରେ ବନ୍ୟା ୫.୦୩ ଲକ୍ଷ ଜନତା ପ୍ରଭାବିତ: ଘରେ ପାଣି ପଶିଥିବାରୁ ଅନେକେ ରାଜପଥରେ ଆଶ୍ରୟ ନେଇଛନ୍ତି

Image Courtesy of Zee News

ନାଗାଁଓ: ଆସାମର ନାଗାଁଓ ଜିଲ୍ଲା ବନ୍ୟା ପ୍ଳାବିତ ହେବା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପ‌ୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଘରେ ବଢ଼ିପାଣି ପଶିଥିବାରୁ ଲୋକେ ରାଜପଥ ଉପରେ ତମ୍ବୁ ଟାଣି ରହିଛନ୍ତି। ବନ୍ୟା ଯୋଗୁଁ ରାହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୫୫ ଗ୍ରାମର ପ୍ରାୟ ୧.୪୨ ଜନତା ବିଶେଷ ପ୍ରଭାବିତ ହୋଇଛନ୍ତି।

ଅବସ୍ଥା ଏମିତି ହୋଇଛି ଯେ, ନାଗାଁଓ ଜିଲ୍ଲାର ପିଲାଏ ରିଲିଫ୍‌ ଶିବିରରେ ଆୟୋଜିତ ପ୍ରାକ୍‌-ସ୍କୁଲ୍‌ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି।

‘ସମନ୍ବିତ ଶିଶୁ ବିକାଶ ସେବା’ର ସୁପର୍‌ଭାଇଜର୍‌ ଏନ୍‌.ପି. ଦୋଲେ ଗଣମାଧ୍ୟମକୁ କହିଛନ୍ତି, ରିଲିଫ୍‌ ଶିବିରରେ ଆମେ ପିଲାମାନଙ୍କୁ ପ୍ରଭାତ ପ୍ରାର୍ଥନା, ବ୍ୟାୟାମ, ଚିତ୍ରାଙ୍କନ ଭଳି ପ୍ରାକ୍‌-ସ୍କୁଲ୍‌ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରାଉଛୁ। ଆଗରୁ କେନ୍ଦ୍ରମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌ ଏହି ଶିବିର ପରିଦର୍ଶନ କରିଛନ୍ତି।

publive-image Image Courtesy of The Financial Express

୪୫.୩୪ ଲକ୍ଷ ଜନତା ବନ୍ୟା ବିତ୍ପାତ କବଳରେ ପଡ଼ିଥିବା ବେଳେ ଶୁକ୍ରବାର ଦିନ ମଧ୍ୟ ଆସାମରେ ବନ୍ୟା ପରିସ୍ଥିତି ଜଟିଳ ଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିବା ୧୦ଜଣ ବ୍ୟକ୍ତିଙ୍କୁ ମିଶାଇ ସମୁଦାୟ ମୃତ୍ୟୁସଂଖ୍ୟା ୧୧୭ରେ ପହଞ୍ଚିଲାଣି। ୧୧୭ ମୃତ୍ୟୁରୁ ୧୦୦ଜଣ ବ୍ୟକ୍ତି ବନ୍ୟା ଏବଂ ୧୭ଜଣ ବ୍ୟକ୍ତି ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଛନ୍ତି।

ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ଯେ, ୨୮ଟି ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଜନତା ବନ୍ୟା ଯୋଗୁଁ ଏବେ ମଧ୍ୟ ପ୍ରଭାବିତ ହୋଇ ରହିଛନ୍ତି। ୨.୬୫ ଲକ୍ଷରୁ ଅଧିକ ଜନତା ୧,୧୨୬ଟି ରିଲିଫ୍‌ ଶିବିରରେ ଆଶ୍ରୟ ନେଇଛନ୍ତି। ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୧୮ରେ ପହଞ୍ଚିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe