ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୨୬, ୨୨ ଲକ୍ଷ ଲୋକ ପ୍ରଭାବିତ

Advertisment
ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୨୬, ୨୨ ଲକ୍ଷ ଲୋକ ପ୍ରଭାବିତ

india today

ନୂଆଦିଲ୍ଲୀ: ଆସାମ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ତଥାପି ରବିବାର ଆଉ ୫ଜଣଙ୍କ ଜୀବନ ଯାଇଛି। ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨୬ରେ ପହଞ୍ଚିଛି। ୨୫ ଜିଲ୍ଲାରେ ୨୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସେଠାକାର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବାରପେଟା, କାଚର, ଡାରାଙ୍ଗ, କରିମଗଞ୍ଜ ଏବଂ ମୋରିଗାଓଁ ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କ ଜୀବନ ଯାଇଥିବା ସେଠାକାର ପ୍ରଶାସନ ପକ୍ଷରୁ ରେକର୍ଡ କରାଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୧୭ ଲୋକଙ୍କ ପ୍ରାଣ ଯାଇଛି।

ବାରପେଟା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ତା ପଛକୁ ନାଗାଓଁରେ ୫.୧୩ ଲକ୍ଷ ଏବଂ କାଚରରେ ୨.୭୭ ଲକ୍ଷ ଲୋକ ଅସୁବିଧା ଭୋଗିଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଉଛି ବାଜାଲୀ, ବକସା, ବାରପେଟା, ବିଶ୍ୱନାଥ, କାଚର, ଚିରଙ୍ଗ, ଡାରାଙ୍ଗ, ଧମାଜୀ, ଧୁବ୍ରି, ଦିବ୍ରୁଗଡ, ଡିମା ହାସାଓ, ଗୋଲପାରା, ଗୋଲାଘାଟ, ହିଲାକାଣ୍ଡି, ହୋଜାଇ, କାମରୂପ, କାମରୂପ ମହାନଗର, କରବି ଅଙ୍ଗଲଙ୍ଗ ପଶ୍ଚିମ, କରୀମଗଞ୍ଜ, ଲକ୍ଷ୍ମୀ ମଜୁଲି, ମୋରିଗାଓଁ, ନାଗାଓଁ, ନାଲବାରୀ, ସୋନିଟପୁର, ଦକ୍ଷିଣ ସଲମାରା, ତମୁଲପୁର ଏବଂ ଉଦଲଗୁରୀ। ୭୪ ହଜାର ୭୦୬ ହେକ୍ଟର ଜମିରେ ବନ୍ୟା ଜଳ ପସି ଫସଲ ପ୍ରଭାବିତ ହୋଇଛି। ସାରା ରାଜ୍ୟରେ ୫୬୪ ରିଲିଫ କ୍ୟାମ୍ପରେ ୨,୧୭,୪୧୩ ଜଣ ଆଶ୍ରୟ ନେଇଛନ୍ତି। ସେନା, ଏନଡିଆରଏଫ,ଏସଡିଆରଏଫ ଓ ଅନ୍ୟାନ୍ୟ ରାଜ୍ୟ ଏଜେନ୍ସିମାନେ ସେମାନଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ନାଗାଓଁ ଜିଲ୍ଲାର କୋପିଲି ନଦୀ ବିପଦ ସ୍ତରଠାରୁ ଅଧିକ ପ୍ରବାହିତ ହେଉଛି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବନ୍ୟା ବିଧ୍ବସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏକ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଦ୍ୟୁତ ଅବସ୍ଥାର ସମୀକ୍ଷା କରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ କିରବାକୁ ଆସାମ ପାୱାର୍ ବିତରଣ କମ୍ପାନୀ ଲିମିଟେଡ୍ (ଏପିଡିସିଏଲ୍) ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଆହାଟିରୁ ସିଲଚରକୁ ଏକ ହଜାର ଲିଟର କିରୋସିନ ଏବଂ ପର୍ଯ୍ୟାପ୍ତ ପନିପରିବା ଏବଂ ପୋଷା ଜୀବଜନ୍ତୁଙ୍କ ପାଇଁ ଔଷଧ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe