ନିମ୍ନ ଅଦାଲତର ଭାର କମାଇବା ପାଇଁ ୧ଲକ୍ଷ ଛୋଟ ମାମଲା ପ୍ରତ୍ୟାହାର କରିବେ ଆସାମ ସରକାର

Advertisment
ନିମ୍ନ ଅଦାଲତର ଭାର କମାଇବା ପାଇଁ ୧ଲକ୍ଷ ଛୋଟ ମାମଲା ପ୍ରତ୍ୟାହାର କରିବେ ଆସାମ ସରକାର

livehindustan

ନୂଆଦିଲ୍ଲୀ: ନିମ୍ନ ଅଦାଲତ ଉପରେ ଥିବା ଭାର କମାଇବା ପାଇଁ ସୋସିଆଲ ମିଡିଆ ପୋଷ୍ଟ ସମେତ ଏକ ଲକ୍ଷ ଛୋଟ ମାମଲା ପ୍ରତ୍ୟାହାର କରାଯିବ ବୋଲି ସୋମବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘୋଷଣା କରିଛନ୍ତି। ଗୌହାଟୀରେ ୭୬ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରି ଶର୍ମା କହିଛନ୍ତି ଯେ ନିମ୍ନ ଅଦାଲତରେ ଏବେ ପ୍ରାୟ ୪ ଲକ୍ଷ ମାମଲା ବିଚାରାଧୀନ ଅଛି। ଏକ ଲକ୍ଷ ଛୋଟ ମାମଲା ପ୍ରତ୍ୟାହାର କରାଯିବା ଦ୍ବାରା ନିମ୍ନ ଅଦାଲତ ଦୁଷ୍କର୍ମ ଏବଂ ହତ୍ୟା ଭଳି ଅଧିକ ଜଘନ୍ୟ ଅପରାଧ ଉପରେ ଧ୍ୟାନ ଦେବାରେ ସକ୍ଷମ ହେବେ ବୋଲି ସେ କହିଛନ୍ତି। ସରକାରଙ୍କ ଘୋଷଣା ମୁତାବକ, ଅଗଷ୍ଟ ୧୪, ୨୦୨୧ମଧ୍ୟରାତ୍ରି ପୂର୍ବରୁ ପଞ୍ଜୀକୃତ ହୋଇଥିବା ଛୋଟ ଛୋଟ ମାମଲା ପ୍ରତ୍ୟାହାର କରାଯିବ।

ଆସାମକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବର୍ଣ୍ଣନା କରି ଶର୍ମା କହିଛନ୍ତି ଯେ, ଯେଉଁମାନେ ସାର୍ବଭୌମତ୍ୱର ସ୍ୱପ୍ନ ଦେଖୁଛନ୍ତି ସେମାନେ ଆଲୋଚନା ଟେବୁଲକୁ ଫେରିବା ଉଚିତ୍। ଉଗ୍ରବାଦୀ ଗୋଷ୍ଠୀ ୟୁଏଲଏଫଏ(ଆଇ) ଏବଂ ଏନଏସସିଏନକୁ ସିଧାସଳଖ ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ସାର୍ବଭୌମତ୍ୱ ଉପରେ ଆପୋଷ ବୁଝାମଣା କରାଯିବ ନାହିଁ ଏବଂ ଆସାମ ଭାରତ ଛାଡିବ ନାହିଁ।

ମୁଖ୍ୟମନ୍ତ୍ରୀ ଶର୍ମା ଆହୁରି କହିଛନ୍ତି ଯେ, 'ଗତ ତିନି ଦିନ ମଧ୍ୟରେ ଲୋକମାନେ ତ୍ରିରଙ୍ଗା ପାଇଁ ଯେଉଁ ଭଲପାଇବା ଦେଖାଇଛନ୍ତି ତାହା ପ୍ରମାଣ କରିଛି ଯେ ଆସାମ ସର୍ବଦା ଭାରତ ସହିତ ଅଛି। ମୁଁ ଆଶା କରୁଛି ଯେଉଁମାନେ ସାର୍ବଭୌମତ୍ୱର ସ୍ୱପ୍ନ ଦେଖୁଛନ୍ତି ସେମାନେ ଆଲୋଚନା ଟେବୁଲକୁ ଫେରି ରାଜ୍ୟର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe