ଜାନୁଆରି ପହିଲାରୁ ଲାଗୁ ହେବ ଆସାମ ସରକାରଙ୍କ ‘ଅରୁନ୍ଧତୀ ସୁନା ଯୋଜନା’; ସର୍ତ୍ତାବଳୀ ମୁତାବକ କନ୍ୟାଙ୍କୁ ମିଳିବ ୧୦ ଗ୍ରାମ ସୁନା

Advertisment
ଜାନୁଆରି ପହିଲାରୁ ଲାଗୁ ହେବ ଆସାମ ସରକାରଙ୍କ ‘ଅରୁନ୍ଧତୀ ସୁନା ଯୋଜନା’; ସର୍ତ୍ତାବଳୀ ମୁତାବକ କନ୍ୟାଙ୍କୁ ମିଳିବ ୧୦ ଗ୍ରାମ ସୁନା

The Economic Times

‌ଗୁଆହାଟୀ:  ଆସାମ ସରକାର ଆରମ୍ଭ କରିବାକୁ ଯାଉଛନ୍ତି  ‘ଅରୁନ୍ଧତୀ ସୁନା ଯୋଜନା’। ଏହି ଯୋଜନା  ଅଧୀନରେ ୨୦୨୦ ମସିହା ଜାନୁଆରି ପହିଲାରୁ ରାଜ୍ୟ ସରକାର ପ୍ରାପ୍ତବୟସ୍କ କନ୍ୟାଙ୍କୁ ୧୦ ଗ୍ରାମ ଲେଖାଏ ସୁନା ଉପହାର ଆକାରରେ ଦେବେ। ସରକାରୀ ଘୋଷଣା ମୁତାବକ ସରକାର ପ୍ରତି ପ୍ରାପ୍ତବୟସ୍କ କନ୍ୟାଙ୍କ ନାମରେ ୩୦ ହଜାର ଟଙ୍କା  ଜମା କରିବେ। ଏହି ଟଙ୍କା କେବଳ ସୁନା କିଣିବାରେ କନ୍ୟାର ପରିବାର ଲୋକ ଲଗାଇ ପାରିବେ। ତେବେ, ସରକାର ପ୍ରଦାନ କରିବାକୁ ଯାଉଥିବା ଏହି ଅର୍ଥ କନ୍ୟାର ସୁନା କିଣା ବ୍ୟତୀତ ଅନ୍ୟ କୌଣସି କାମରେ ବ୍ୟବହାର କରିହେବ ନାହିଁ। ଆସାମ ସରକାରଙ୍କର ଏହି ଯୋଜନାର ଲାଭ ଉଠାଇବା ପାଇଁ  କିଛି ସର୍ତ୍ତାବଳୀ ମଧ୍ୟ ଜାରି କରାଯାଇଛି।

publive-image Photo Credit: PTI

ସର୍ତ୍ତାବଳୀଗୁଡ଼ିକ ହେଉଛି:

-ଝିଅକୁ ସର୍ବନିମ୍ନ ୧୮ ଓ ପୁଅକୁ ୨୧ ବର୍ଷ ହୋଇଥିବ।

-ପ୍ରଥମ ବିବାହ କରୁଥିବା କନ୍ୟାଙ୍କୁ ହିଁ କେବଳ ହିଁ ସୁବିଧା ମିଳିପାରିବ।

-ସ୍ପେସିଆଲ୍‌ ମ୍ୟାରେଜ୍‌ ଆକ୍ଟ ୧୯୫୪ ଅଧୀନରେ ବିବାହ ପଞ୍ଜିକୃତ ହେବା ଜରୁରୀ।

-କନ୍ୟା ଓ ତାଙ୍କ ବାପାଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଊର୍ଧ୍ବ ହୋଇ ନଥିବା ଆବଶ୍ୟକ।

-କନ୍ୟା ସର୍ବନିମ୍ନ ଦଶମ ପାସ୍‌ କରିଥିବା ଜରୁରୀ।

ଆସାମର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମାଙ୍କ କହିବା ଅନୁଯାୟୀ ଏହି ଯୋଜନା ରାଜ୍ୟରୁ ବାଲ୍ୟ ବିବାହ ହ୍ରାସ କରିବା ସହ ବିବାହ ପଞ୍ଜିକରଣ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବ। ସରକାରଙ୍କ ପକ୍ଷରୁ ଆକାଉଣ୍ଟ୍‌ରେ ୩୦ ହଜାର ଟଙ୍କା ଜମା ହେବ। ମାତ୍ର ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇବା ପରେ ଯାଇ ସେମାନେ ସୁନା କିଣିବାରେ ସମର୍ଥ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe