ଦିଲ୍ଲୀ ହିଂସା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଫେସବୁ‌କରେ ଅପମାନଜନକ ପୋଷ୍ଟ କରି ଗିରଫ ହେଲେ ଅଧ୍ୟାପକ

ଦିଲ୍ଲୀ ହିଂସା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଫେସବୁ‌କରେ ଅପମାନଜନକ ପୋଷ୍ଟ କରି ଗିରଫ ହେଲେ ଅଧ୍ୟାପକ

NewsClick

ସିଲଚର(ଆସାମ): ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ହୋଇଥିବା ହିଂସା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଫେସବୁକରେ ଅପମାନଜନକ ପୋଷ୍ଟ କରିଥିଲେ ଜଣେ ଅତିଥି ଅଧ୍ୟାପକ। ନିଜର ଏଭଳି ଭୁଲ ପାଇଁ ସିଲଚର କଲେଜରେ ଅତିଥି ଅଧ୍ୟାପକ ଭାବେ କାମ କରୁଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ। ଅଧ୍ୟାପକଙ୍କ ନାଁ ସୌରଦୀପ୍ ସେନଗୁପ୍ତା ବୋଲି ଜଣା ପଡ଼ିଥିବା ବେଳେ ସେ ଆସାମର ସିଲଚରରେ ଥିବା ଗୁରୁଚରଣ କଲେଜରେ ପାଠ ପଢ଼ାଉଥିଲେ।

ଦିଲ୍ଲୀରେ ହିଂସା ପରିସ୍ଥିତି ଉପୁଜିବା ପରେ ସେ ଫେସବୁକରେ ଏକ ପୋଷ୍ଟ କରିଥିଲେ। ନିଜ ପୋଷ୍ଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଣ ହତ୍ୟାକାରୀ ବୋଲି କହିବା ସହ ସୋମବାର ଉତ୍ତର-ପୂର୍ବ ଦିଲ୍ଲୀରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ସମୟରେ ଧାର୍ମିକ ତିକ୍ତତାକୁ ନେଇ ସ୍ଲୋଗାନ ଦିଆଯାଇଥିବା ସେ ଦାବି କରିଥିଲେ।

publive-image indiatoday.in

ନିଜ ଫେସବୁକ ପୋଷ୍ଟରେ ସୌରଦୀପ୍ ସେନଗୁପ୍ତା ବିଜେପି ଏବଂ ଆରଏସଏସ ଉପରେ ଦିଲ୍ଲୀରେ ପୁଣି ଗୋଧ୍ରା ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଆରୋପ ଲଗାଇବା ସହ ଦିଲ୍ଲୀର ଲୋକମାନଙ୍କୁ ସେମାନଙ୍କ ଧର୍ମ ପାଇଁ ନିର୍ଦ୍ଦୟ ଭାବରେ ମାଡ଼ ମାରାଯାଇଥିଲା ବୋଲି ସେ  ଅଭିଯୋଗ କରିଥିଲେ। ତାଙ୍କର ଏଭଳି ପୋଷ୍ଟ ପରେ ଗୁରୁଚରଣ କଲେଜର କିଛି ଛାତ୍ର ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲେ।

ଏତଲା ରୁଜୁ ହେବା ପରେ ସୌରଦୀପ୍ ଶୁକ୍ରବାର ଅନ୍ୟ ଏକ ପୋଷ୍ଟ କରି ନିଜର ପୂର୍ବ ପୋଷ୍ଟ ପାଇଁ କ୍ଷମା ମାଗିଥିଲେ। ମୁଁ ‌ପୂର୍ବରୁ କରିଥିବା ପୋଷ୍ଟ ପାଇଁ କ୍ଷମା ମାଗୁଛି। ଏକ ସାମ୍ପ୍ରଦାୟିକ ସମ୍ବେଦନଶୀଳ ପ୍ରସଙ୍ଗ ବିଷୟରେ ମୁଁ କିଛି ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲି।  ମୋର ଉଦ୍ଦେଶ୍ୟ କୌଣସି ଧର୍ମକୁ ଅପମାନିତ କରିବାର ନଥିଲା। ତେବେ କ୍ଷମା ମାଗି ଫେସବୁକରେ ପୋଷ୍ଟ କରିଥିଲେ ମଧ୍ୟ କଲେଜର ଛାତ୍ର-ଛାତ୍ରୀଙ୍କ ଅଭିଯୋଗକ୍ରମେ ଶୁକ୍ରବାର ସୌରଦୀପଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe