ଆସାମ-ମେଘାଳୟ ମଧ୍ୟରେ ଥିବା ୫୦ ବର୍ଷ ପୁରୁଣା ସୀମା ବିବାଦର ୭୦ ପ୍ରତିଶତ ସମାଧାନ ହେଲା

Advertisment
ଆସାମ-ମେଘାଳୟ ମଧ୍ୟରେ ଥିବା ୫୦ ବର୍ଷ ପୁରୁଣା ସୀମା ବିବାଦର ୭୦ ପ୍ରତିଶତ ସମାଧାନ ହେଲା

ନୂଆଦିଲ୍ଲୀ: ଆସାମ ଏବଂ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ଧରି ଲାଗି ରହିଥିବା ପୁରୁଣା ସୀମା ବିବାଦର ପ୍ରାୟ ୭୦ ପ୍ରତିଶତ ସମାଧାନ ହୋଇଛି। ଏଥିଲାଗି ଦୁଇ ରାଜ୍ୟ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱ ଶର୍ମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଚାଲିଆସୁଥିବା ସୀମା ବିବାଦର ସମାପ୍ତି ପାଇଁ ଆଜି ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତି ଉତ୍ତର-ପୂର୍ବ ପାଇଁ ଏକ ଐତିହାସିକ ଦିନ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ମେଘାଳୟ ସରକାରଙ୍କ୧୧ଜଣ ଏବଂ ଆସାମର ୯ଜଣ ପ୍ରତିନିଧି ଏହି ଅବସରରେ ଉପସ୍ଥିତ ଥିଲେ। ବିବାଦମୁକ୍ତ ଉତ୍ତର-ପୂର୍ବ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ସେ ଉତ୍ତର-ପୂର୍ବର ଗୌରବ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି ବୋଲି ଅମିତ ଶାହା କହିଛନ୍ତି।

କନରାଡ୍ ସାଙ୍ଗମା ଜାତୀୟ ଗଣମାଧ୍ୟମକୁ କହିଛନ୍ତି,  ଆସାମ ଓ ମେଘାଳୟ ମଧ୍ୟରେ ସେମାନଙ୍କର ୮୮୫ କିମି ଦୀର୍ଘ ସୀମାର କେବଳ ୩୬ ବର୍ଗ କିମି ଅଞ୍ଚଳକୁ ନେଇ ବିବାଦ ରହିଥିଲା। ଦୁଇ ରାଜ୍ୟ ପରସ୍ପରର ୧୮ ବର୍ଗ କିମି ଅଞ୍ଚଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଥିଲେ। ଆସାମ ଏବଂ ମେଘାଳୟ ସରକାର ସେମାନଙ୍କ ସୀମାରେ ଥିବା ୧୨ଟି ବିବାଦୀୟ ଅଞ୍ଚଳ ଭିତରୁ ୬ଟି ବିବାଦର ସମାଧାନ ପାଇଁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ଏହାକୁ ଚୂଡ଼ାନ୍ତ କରାଯାଇ ଆଜି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହା ସମୁଦାୟ ୭୦ ପ୍ରତିଶତ ଅଞ୍ଚଳକୁ ନେଇ ରହିଥିବା ବିବାଦର ସମାଧାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe