Image Source: India Today
ଗୌହାଟି: ଆସାମର କାମରୂପ ଜିଲ୍ଲାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଟାଏ ଦଳର ନର୍ତ୍ତକୀମାନଙ୍କୁ ୫୦୦ରୁ ଅଧିକ ଦେଖଣାହାରି ବିବସନା ହେବା ନିମନ୍ତେ ବାଧ୍ୟ କରିବାକୁ ଉଦ୍ୟମ କରିଥିଲେ ଓ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଥିବା କଥା ପୁଲିସ ରବିବାର ଦିନ କହିଛି।
ଚେଗାଓଁ ଥାନା ଅନ୍ତର୍ଗତ ଗୋଟାଏ ଗାଁରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆୟୋଜକମାନଙ୍କ ବିରୋଧରେ ସମ୍ପୃକ୍ତ ସାଂସ୍କୃତିକ ଦଳ କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ରବିବାର ଦିନ ଶାହାରୁଖ ଖାଁ ଏବଂ ସୁବାହାନ୍ ଖାଁ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ରବିବାର ଦିନ ଗିରଫ କରାଯାଇଛି।
ଏତଲାରେ ଉଲ୍ଲେଖ ଅଛି ଯେ ସେ ଦଳର ନର୍ତ୍ତକୀମାନଙ୍କୁ ଦର୍ଶକମାନେ ବାଧା ଦେବା ସହ ସେମାନେ ବିବସନା ହୋଇ ନାଚନ୍ତୁ ବୋଲି ଦାବି କରିଥିଲେ।
କୌଣସି ମତେ ଆସୋଲପରାରେ ଅନୁଷ୍ଠିତ ସେ କାର୍ଯ୍ୟକ୍ରମରୁ ନର୍ତ୍ତକୀମାନେ ଖସି ପଳାଇ ଆସିଥିଲେ। ସେମାନଙ୍କ ଗାଡ଼ି ଉପରକୁ ମଧ୍ୟ ଦର୍ଶକମାନେ ଢେଲା ଫିଙ୍ଗିଥିଲେ।
ଶୁକ୍ରବାର ଦିନ ପଶ୍ଚିମବଙ୍ଗର କୁଚବେହାରରୁ ଆସୁଥିବା ନର୍ତ୍ତକୀମାନେ ବିବସ୍ତ୍ର ହୋଇ ନୃତ୍ୟ ପ୍ରଦର୍ଶନ କରିବେ ବୋଲି ଘୋଷଣା କରାଯାଇ ଚଢ଼ା ଦରରେ ଟିକିଟ୍ ବିକ୍ରୟ କରାଯାଇଥିଲା ବୋଲି କୁହାଯାଉଛି।
ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ତଲାସ ଚାଲିଥିବା କଥା ପୁଲିସ କହିଛି।
Follow Us